Categories: ଜାତୀୟ

ଆଜି ଦିଦିଙ୍କ ରାଜନୈତିକ ଭବିଷ୍ୟତର ଭାଗ୍ୟ ପରୀକ୍ଷା

କୋଲକାତା,୩ ।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଜି ଭାଗ୍ୟ ପରୀକ୍ଷା । ଆଉ ମାତ୍ର କେଇ ଘଣ୍ଟା ମଧ୍ୟରେ ନିଶ୍ଚିତ ହୋଇଯିବ କି ସେ ମୁଖ୍ୟମନ୍ତ୍ରୀ ଆସନରେ ରହିବେ ନା ତାଙ୍କୁ ଇସ୍ତଫା ଦେବାକୁ ପଡିବ । ରବିବାର ଭବାନିପୁର ଉପନିର୍ବାଚନର ଭୋଟ ଗଣତି ହେଉଥିବା ବେଳେ ଏହି ଆସନରୁ ନିର୍ବାଚନ ଲଢିଥିବା ମମତା ବାନାର୍ଜୀଙ୍କୁ ଯେମିତି ହେଉ ଜିତିବାର ଅଛି । ନଚେତ୍ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡିବାକୁ ପଡିବ । ଏହି ଆସନରୁ ମମତାଙ୍କ ସହ ଟକ୍କର ଦେଉଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାର୍ଥୀ ପ୍ରିୟଙ୍କା ଟେବରିୱାଲ । ସୂଚନାଯୋଗ୍ୟ, ଗୁରୁବାର ଭବାନିପୁର ବିଧାନସଭା ଆସନ ପାଇଁ ମତଦାନ କରାଯାଇଥିଲା । ଏହାସହ ଶମଶେରଗଞ୍ଜ ଓ ଜଙ୍ଗିପୁର ବିଧାନସଭା ଆସନରେ ହୋଇଥିବା ଉପନିବର୍ପାଚନର ଭୋଟଗଣତି ବି ରବିବାର କରାଯାଉଛି ।

Share