Posted inଜାତୀୟ

ଇଣ୍ଡିଆ ମେଣ୍ଟ ବୈଠକରେ ମମତା ଯୋଗ ନ ଦେବା ଘଟଣା: ବୈଠକ ସମ୍ପର୍କରେ ଜାଣି ନ ଥିଲି: ମମତା

କୋଲକାତା,୭।୧୨: ବିରୋଧୀ ମେଣ୍ଟ ଇଣ୍ଡିଆର ସମନ୍ବୟ ବୈଠକ ଡିସେମ୍ବର ପ୍ରଥମ ସପ୍ତାହରେ ହେବାକୁ ଥିବାବେଳେ ୩ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନର ଶୋଚନୀୟ ପରାଜୟ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ନିର୍ବାଚନ ଲଢିବା ପୂର୍ବରୁ ଆସନ ବୁଝାମଣାକୁ ନେଇ ହୋଇଥିବା ତ୍ରୁଟି ଯୋଗୁ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନୀତିଶ କୁମାର ଓ ଅଖିଳେଶ ଯାଦବ ଯୋଗ ଦେବାକୁ ମନା କରୁଥିବା ଚର୍ଚ୍ଚା ହୋଇଥିଲା। ହେଲେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ମମତା।
ବୁଧବାର ଉତ୍ତର ପଶ୍ଚିମବଙ୍ଗ ଗସ୍ତରେ ଥିବାବେଳେ ମମତା କହିଛନ୍ତି, ବୈଠକ ସମ୍ପର୍କରେ ପୂର୍ବରୁ ମୁଁ ଜାଣି ନ ଥିଲି। ପରବର୍ତ୍ତୀ ସମୟରେ କଂଗ୍ରେସ ଯେତେବେଳେ ବି ଅନୁକୂଳ ତାରିଖ ବାହାର କରିବ ସେହିଦିନ ହିଁ ବିରୋଧୀ ମେଣ୍ଟ ବୈଠକ ହେବ। ବୈଠକର ପୂର୍ବଦିନ ହିଁ ରାହୁଲ ମୋତେ ଫୋନ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏବେ ସେ ଯେତେବେଳେ ସମୟ ନିର୍ଦ୍ଧାରିତ କରିବେ ବୈଠକ ଅନୁଷ୍ଠିତ ହେବ।

ମମତା ଆହୁରି କହିଛନ୍ତି, ବୈଠକ ଆୟୋଜନ କରିବା ପୂର୍ବରୁ ନିଜ ସମକକ୍ଷଙ୍କୁ ୭ରୁ ୧୦ଦିନ ପୂର୍ବରୁ ନିମନ୍ତ୍ରଣ କରାଯାଇଥାଏ। ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ମଧ୍ୟ ବିଭିନ୍ନ ପ୍ରକାର ବୈଠକ ଥାଏ। ତେଣୁ ବୈଠକ ପାଇଁ ସମୟ ନିର୍ଦ୍ଧାରଣ କରିବା ୧୦ଦିନ ପୂର୍ବରୁ ସୂଚନା ଦେବା ଆବଶ୍ୟକ।

ସୂଚନାଯୋଗ୍ୟ, ଖାର୍ଗେଙ୍କ କାଯ୍ୟାଳୟ ସମ୍ବନ୍ଧ ଓ କଂଗ୍ରେସ କାର୍ଯ୍ୟ ସମିତିର ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଗୁରଦୀପ ସପ୍ପଳ କହିଛନ୍ତି, ଇଣ୍ଡିଆ ମେଣ୍ଟର ବୈଠକ ଡିସେମ୍ବର ୩ୟ ସପ୍ତାହରେ ହେବାକୁ ଯାଉଛି। ଯେଉଁଠି ବିଭିନ୍ନ ପାର୍ଟିର ଅଧ୍ୟକ୍ଷ/ ପ୍ରମୁଖ ନେତା ଯୋଗଦେବେ। ସୁବିଧାଜନକ ସ୍ଥିତି ଓ ତାରିଖ ଦେଖି ବୈଠକର ଆୟୋଜନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri