Categories: ଜାତୀୟ

ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ଦିଦି: ଉଦ୍ଧବ ଠାକରେ, ଶରଦ ପାୱାରଙ୍କ ସହ ହେବ ସାକ୍ଷାତ୍‌କାର

କୋଲକାତା,୩୦ ।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି । ଏହି ସମୟରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାରଙ୍କ ସହ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ୧ ଡିସେମ୍ବରରେ ସେ ମୁମ୍ବାଇର କେତେଜଣ ଉଦ୍ଦ୍ୟୋଗପତିଙ୍କ ସହ ସାକ୍ଷାତ୍ କରିବେ ବୋଲି ସୂଚନା ରହିଛି । ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ ମମତା ଉଦ୍ଦ୍ୟୋଗପତିଙ୍କ ସହ ସାକ୍ଷାତ୍ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶ୍ଚିମବଙ୍ଗରେ ପୁଞ୍ଜି ନିଦେଶ ବଢାଇବା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହାରାଷ୍ଟ୍ରରେ ମେଣ୍ଟ ସରକାର ଶାସନ କରୁଛି । ହେଲେ ମମତାଙ୍କ ଏହି ଗସ୍ତ ସମୟରେ କଂଗ୍ରେସ ତାଙ୍କ ସହ ସାକ୍ଷାତ୍ କରିବ ନାହିଁ ବୋଲି ଜଣାପଡିଛି । ଯଦିଓ କଂଗ୍ରେସ ମେଣ୍ଟ ସରକାରର ଏକ ଦଳ ହେଲେ ସେ ଏହି ସାକ୍ଷାତ୍‌କାରଠାରୁ ଦୂରେଇ ଯାଇଥିବା ଜଣାପଡିଛି ।

Share