Categories: ଜାତୀୟ

ମମତାଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଟିଏମ୍‌ସିର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସଂସଦୀୟ ଦଳ ଅଧ୍ୟକ୍ଷା ହେବାକୁ ଯାଉଛନ୍ତି। ଟିଏମ୍‌ସି ସୁପ୍ରିମୋଙ୍କ ସୋମବାର ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ଶୁକ୍ରବାର ଦଳୀୟ ଏମ୍‌ପି ଡେରେକ୍‌ ଓ’ବ୍ରାଏନ୍‌ ଏନେଇ ଘୋଷଣା କରିଛନ୍ତି। ଟିଏମ୍‌ସିର ସୁଦୀପ ବନ୍ଦୋପାଧ୍ୟାୟଙ୍କଠାରୁ ମମତା ଏହି ଦାୟିତ୍ୱ ଗ୍ରହଣ କରିବେ। ଏହାସହ ପାର୍ଲାମେଣ୍ଟକୁ ନିର୍ବାଚିତ ନ ହୋଇ ସଂସଦୀୟ ଦଳ ମୁଖ୍ୟ ହେବା ନେତାଙ୍କ ମଧ୍ୟରେ ସେ ସାମିଲ ହେବେ। ୧୯୯୮ରେ ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷା ହୋଇଥିବା ବେଳେ କଂଗ୍ରେସ ସଂସଦୀୟ ଦଳର ନେତୃତ୍ୱ ନେଇଥିଲେ।

Share