Categories: ଜାତୀୟ

ଆଜି ପ୍ରଚାରର ଶେଷ ଦିନ: ନନ୍ଦିଗ୍ରାମରେ ଶାହା-ମମତା ମୁହାଁମୁହିଁ

କୋଲକାତା,୩୦।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୧ରେ ଅନୁଷ୍ଠିତ ହେବ। ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ନନ୍ଦିଗ୍ରାମରେ ଏକ ନିର୍ବାଚନ ମହାସଂଗ୍ରାମ ଦେଖିବାକୁ ମିଳିଛି। ଆଜି ନନ୍ଦିଗ୍ରାମରେ ମମତା ବାନାର୍ଜୀ ଏବଂ ଅମିତ ଶାହାଙ୍କ ଏକ ରୋଡ ସୋ’ ଚାଲିଛି। ମମତାଙ୍କ ରୋଡ ସୋ’ ପାଇଁ ରାଲି ବାହାରିଛି। ଅମିତ ଶାହାଙ୍କ ରୋଡ ଶୋ’ ସ୍ଥାନ ଦେଇ ଏହି ରାଲି ଯାଇଥିଲା, ସେତେବେଳେ ଭାଜପା କର୍ମୀମାନେ ଜୟ ଶ୍ରୀ ରାମ ସ୍ଲୋଗାନ ଦେଇଥିଲେ। ଅମିତ ଶାହାଙ୍କ ରୋଡ ସୋରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗୃହମନ୍ତ୍ରୀ ସୁରକ୍ଷା ବାର୍ତ୍ତା ଦେବାକୁ ଏଠାକୁ ଆସୁଛନ୍ତି ଏବଂ ଆମେ ଲୋକଙ୍କ ଆଶୀର୍ବାଦ ପାଇବୁ। ଡବଲ ଇଞ୍ଜିନ ସରକାର ପାଇଁ ବଙ୍ଗଳାବାସୀ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏଥର ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀ ଏବଂ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ନନ୍ଦିଗ୍ରାମରୁ ଟକ୍କର ହେବ। ଶୁଭେନ୍ଦୁ ନିର୍ବାଚନ ପୂର୍ବରୁ ଟିଏମ୍‌ସି ଛାଡି ଭାଜପାରେ ଯୋଗ ଦେଇଥିଲେ।

Share