Categories: ଜାତୀୟ

ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପରେ କ’ଣ କହିଲେ ମମତା

କୋଲକାତା,୨୮ ।୭: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି । ସବ୍ରୁଆଡୁ ଦାବି ହେବା ପରେ ମମତା ପାର୍ଥଙ୍କୁ ତାଙ୍କ କ୍ୟାବିନେଟରୁ ବାହାର କରି ଦେଇଛନ୍ତି । ଏହାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ।
ମମତା କହିଛନ୍ତି ଜଣେ ଝିଅଙ୍କ ପାଖରୁ ନଗଦ ଟଙ୍କା ଜବତ କରାଯାଇଛି ଆଉ ସେ ଏହାକୁ ବାରମ୍ବାର ଦେଖାଉଛନ୍ତି । ମୁଁ ପାର୍ଥଙ୍କୁ କ୍ୟାବିନେଟରୁ ବାହାର କରିଦେଇଛି । କାରଣ ମୋ ଦଳ ସଚ୍ଚୋଟ ଦଳ । ଯଦି କେହି ଭାବୁଥାଆନ୍ତି ଏହା କେବଳ ଦେଖାଇବା ପାଇଁ ଧାରଣା ବଦଳାଇବାକୁ ତେବେ ତାହା ଭୁଲ । ନାଟକ ବହୁତ ବଡ । ହେଲେ ମୁଁ ଏବେ ଏ ନେଇ କିଛି କହିବି ନାହିଁ । ସୂଚନଯୋଗ୍ୟ, ପାର୍ଥ ଚାଟାର୍ଜୀ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କଷ୍ଟୋଡିରେ ରହିଛନ୍ତି । ତାଙ୍କ ସମ୍ପର୍କିୟା ଅର୍ପିତା ମୁଖାର୍ଜୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହେବା ପ୍ରକ୍ରିୟା ଜାରି ରହିଛି ।

Share