Categories: ଜାତୀୟ

ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ପୋଷ୍ଟର ଲଗାଇ ଇ-ବାଇକ୍ ରାଲିରେ ବାହାରିଲେ ମମତା

କୋଲକାତା,୨୫ ।୨: ଦେଶରେ ବେଳକୁ ବେଳ ବଢି ଚାଲିଛି ପ୍ରେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦାମ୍ । ଏହାର ପ୍ରତିବାଦରେ ବିରୋଧୀ ଲଗାତାର ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । ଏହି ରାଜନୈତିକ ଦଳ ମଧ୍ୟରେ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ସାମିଲ ଥିବା ବେଳେ ଏବେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବି ଏଥିରେ ସାମିଲ ହୋଇଛି । ଗୁରୁବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୈଳ ଦର ବୃଦ୍ଧି ପ୍ରତିବାଦରେ ଇ-ସ୍କୁଟରରେ ରାଲିରେ ବାହାରିଥିବା ଦେଖାଯାଇଛି । ଏହି ସମୟରେ ସ୍କୁଟରରେ ଜଣଙ୍କ ପଛରେ ବସିଥିବା ବେଳେ ଦରବୃଦ୍ଧିର ଏକ ପୋଷ୍ଟର ବି ପିନ୍ଧିଥିବା ଦେଖାଯାଇଛି । ସୂଚନାଯୋଗ୍ୟ, ଗତ ପ୍ରାୟ ଏକ ମାସ ମଧ୍ୟରେ ବାରମ୍ବାର ତୈଳ ଦର ବୃଦ୍ଧି ଘଟି ଏବେ ପେଟ୍ରୋଲ ଲିଟର ପିଛି ପ୍ରାୟ ଶହେ ଟଙ୍କା ଛୁଇଁବାକୁ ଗଲାଣି । ଯାହା ସାଧାରଣ ଖାଉଟି ପାଇଁ ଚିନ୍ତାର କାରଣ ପାଲଟି ଥିବା ବେଳେ ଏବେ ପଡୋଶୀ ଦେଶ ନେପାଳରୁ ତେଲ ଚୋରା କାରବାର ହେଉଥିବା ଜଣାପଡିଛି ।

Share