Categories: ଜାତୀୟ

ସର୍ବଦଳୀୟ ବୈଠକରେ ଯୋଗଦେବେ ମମତା

ନୂଆଦିଲ୍ଲୀ,୪।୧୨: ୨୦୨୩ ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ସମିଟ୍‌ ଉପରେ ଆଲୋଚନା ଏବଂ ଚୂଡ଼ାନ୍ତ ରୂପରେଖ ନେଇ କେନ୍ଦ୍ର ସରକାର ସୋମବାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ୪୦ଟି ଦଳର ଅଧ୍ୟକ୍ଷଙ୍କୁ ମନ୍ତ୍ରଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଉପସ୍ଥିତ ରହିବେ। ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ତଥା ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିଲ୍ଲୀ ଆସୁଥିବାରୁ ସେ ସର୍ବଦଳୀୟ ବୈଠକରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି।

Share