ଉପନିର୍ବାଚନ ପୂର୍ବରୁ ମମତାଙ୍କୁ ମିଳିଲା ଧୋକା! ସଙ୍ଗେ ସଙ୍ଗେ ବାଜି ପଲଟାଇଦେଲେ ଦିଦି

କୋଲକାତା,୧୮।୯: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ନିଷ୍ପତ୍ତି ଉପରେ ତୀବ୍ର ଆପତ୍ତି ଜଣାଇଛନ୍ତି। ମମତା ଏହି ନିଷ୍ପତ୍ତିକୁ ‘ଅସାମ୍ବିଧାନିକ’ ଓ ‘ଆଇନବିରୋଧୀ’ ବୋଲି ଦାବି କରିବା ସହ ଏହି ଦିନକୁ ଗଣତନ୍ତ୍ର ଇତିହାସର ଏକ ‘କଳା ଦିନ’ ବୋଲି କହିଛନ୍ତି।

ଏହି ମଧ୍ୟରେ ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ମମତାଙ୍କ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ଏହା ପୂର୍ବରୁ ସେ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଥିଲେ। ନାମାଙ୍କନ ପ୍ରତ୍ୟାହାର ପରେ ମମତାଙ୍କ ଗୋଷ୍ଠୀ ନନ୍ଦୀଗ୍ରାମରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଘୋଷଣା କରିଛି।

ମମତା କହିଛନ୍ତି ଯେ INDIA ମେଣ୍ଟ ପ୍ରତି ତାଙ୍କ ଗୋଷ୍ଠୀର ଏକତା ରହିଛି ଏବଂ ବ୍ୟାପକ ହିତକୁ ଦୃଷ୍ଟିରେ ରଖି ନନ୍ଦୀଗ୍ରାମରେ କଂଗ୍ରେସକୁ ସମର୍ଥନ କରାଯିବ। ମମତା କହିଛନ୍ତି , ସେ TMCର ପ୍ରତିଷ୍ଠାତା ଚେୟାରପର୍ସନ ଏବଂ ଦଳ ସହ ତାଙ୍କର ସମ୍ପର୍କ ଜାରି ରହିବ। ଦଳକୁ ଧୋକା ଦେଇଥିବା ଲୋକଙ୍କୁ ନେଇ ମଧ୍ୟ ସେ ମତ ରଖିଛନ୍ତି।

Dharitri – Odisha’s No.1 Odia Daily

Share