Categories: ଜାତୀୟ

ମିଶନ ୨୦୨୪: ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ମମତା

କୋଲକାତା,୨୭ ।୭: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତାଙ୍କର ୫ ଦିନିଆ ଦିଲ୍ଲୀ ଗସ୍ତରେ ମଙ୍ଗଳବାର ଯାଇ ସେଠାରେ ପହଞ୍ଚିଛନ୍ତି । ତୃତୀୟ ଥର ଲାଗି ପଶ୍ଚିମବଙ୍ଗର ଶାସନ ଭାର ନେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ । ସେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତ୍ରୁଣମୂଳ କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ମମତାଙ୍କ ୫ ଦିନିଆ ଯାତ୍ରା କାର୍ଯ୍ୟକ୍ରମ ଅନୁଯାୟୀ, ସେ ମଙ୍ଗଳବାର ସନ୍ଧ୍ୟା ୪ଟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ବୁଧବାର ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବି ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟତୀତ ସେ କମଲନାଥ, ଆନନ୍ଦ ଶର୍ମା ଓ ଅଭିଶେକ ମନୁ ସିଂଘବିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ତ୍ରୁଣମୂଳ କଂଗ୍ରେସର ମୁଢ଼୍ୟ ରାଷ୍ଟ୍ରୀୟ ସ୍ତରରେ ବଡ ଭୂମିକା ନେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଆଲୋଚନା ହେଉଛି ।

Share