Categories: ଜାତୀୟ

ଆମ ନେତାଙ୍କୁ ଆକ୍ରମଣ ପଛରେ ଶାହାଙ୍କ ହାତ: ମମତା

କୋଲକତା,୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ନିକଟରେ ତାଙ୍କ ଭଣଜା ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ଛାତ୍ର ନେତାଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଶାହାଙ୍କ ହାତ ରହିଥିବା ମମତା ଅଭିଯୋଗ କରିଛନ୍ତି। ଆମେ ଏମିତି ସବୁ ଘଟଣାକୁ ନେଇ ଆଦୌ ଭୟଭୀତ ନୁହେଁ ବୋଲି ବୋଳି ସେ କହିଛନ୍ତି। ଭାଜପା ଶାସିତ ତ୍ରିପୁରାକୁ ଯାଇଥିବାବେଳେ ଅଭିଷେକ ଏବଂ ତାଙ୍କ ସାଥୀମାନଙ୍କୁ ଆକ୍ରମଣ କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ମମତା ଏଭଳି ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ, ୨୦୨୩ରେ ତ୍ରିପୁରାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ଗଡ ସଜାଡୁଥିବା ଦେଖାଯାଇଛି।

Share