Categories: ଜାତୀୟ

Mamata Banerjee Accident: ମମତା ଦିଦିଙ୍କ କାର ଦୁର୍ଘଟଣା ଗ୍ରସ୍ତ, ମୁଣ୍ଡରେ ଆଘାତ…

କୋଲକାତା,୨୪।୧ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ବିଷୟରେ ବଡ ଖବର ଆସୁଛି। ମମତାଙ୍କ କାର  ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ସେ ଆହତ ହୋଇଛନ୍ତି। କୁହାଯାଉଛି ଘନ କୁହୁଡ଼ି ଯୋଗୁ କାର ଡ୍ରାଇଭର ବ୍ରେକ ଲଗାଇ ପାରି ନ ଥିଲେ ଏବଂ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ପ୍ରବଳ ବର୍ଷା ଯୋଗୁ ତାଙ୍କ କାର୍ଯ୍ୟକ୍ରମ ବାତିଲ କରି ସେ କୋଲକାତା ଫେରୁଥିଲେ। କିନ୍ତୁ ରାସ୍ତାରେ ଘନ କୁହୁଡି ଯୋଗୁଁ କାର ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ବ୍ରେକ ଲଗାଇବା ସମୟରେ ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। କୁହାଯାଉଛି କନଭେନରେ ଅନ୍ୟ ଏକ କାର ଆସିବା ଯୋଗୁ ଡ୍ରାଇଭରଙ୍କୁ ହଠାତ୍ ବ୍ରେକ ଲଗାଇବାକୁ ପଡିଥିଲା ଏବଂ ଏଥି ଯୋଗୁଁ କାରର ନିୟନ୍ତ୍ରଣ ବ୍ୟାହତ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ  ଗୁରୁତର ନୁହେଁ। ଯଦିଓ ସେ ହେଲିକପ୍ଟର ଯୋଗେ ଫେରିବା କଥା, ଖରାପ ପାଗ ପାଇଁ ସେ କାରରେ ଫେରିବାକୁ ସ୍ଥିର କରିଥିଲେ।

 

 

Share