Categories: ଜାତୀୟ

ମମତା ଆପଣାଉଛନ୍ତି ପ୍ରତିଶୋଧ ରାଜନୀତି: ମୋଦି

ପୁରୁଲିଆ,୧୮।୩: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଶୋଧ ରାଜନୀତି ଆପଣାଉଛନ୍ତି। ଏହା ରାଜ୍ୟ ପାଇଁ ହିତକର ନୁହେଁ। ମମତାଙ୍କର ଏଭଳି ଆଭିମୁଖ୍ୟର ଜବାବ ଭୋଟର ଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପୁରୁଲିଆରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ମୋଦି ଏଭଳି କହିଛନ୍ତି। ମମତା ଦିଦିଙ୍କୁ ଟାର୍ଗେଟ୍‌ କରି ମୋଦି କହିଛନ୍ତିି ଯେ, ୨୦୧୯ ଲୋକ ସଭାରେ ରାଜ୍ୟରେ ତୃଣମୂଳ କଂଗ୍ରେସ ଅଧା ହୋଇଯାଇଥିଲା। ଏବେ ବିଧାନସଭା ନିର୍ବାଚନରେ ଦଳ ଲୋପ ପାଇବ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଦ୍ୱାରା ବହୁବିଧ ବିକାଶ ସମ୍ଭବ ହେବ। ଗତ ୧୦ ବର୍ଷ ଧରି ମମତା ସରକାର ରାଜ୍ୟରେ ବିକାଶର ଗତିରୋଧ କରିଥିବାବେଳେ ପୂର୍ବରୁ ବାମଦଳ ସରକାରଙ୍କ ସମୟରେ ମଧ୍ୟ ସମାନ ସ୍ଥିତି ରହିଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି। ମମତାଙ୍କ ପରିବର୍ତ୍ତିତ ରାଜନୀତି ତାଙ୍କ ମନରେ ଥିବା ପରାଜୟ ଭୟ ଯୋଗୁ ସୃଷ୍ଟି ହୋଇଥିବା ମୋଦି ପ୍ରକାଶ କରିଛନ୍ତି।

Share