Categories: ଖେଳ

ଚହରଙ୍କୁ ପ୍ରଶଂସାରେ ପୋତିଦେଲେ ଉଭଣୀ

ନୂଆଦିଲ୍ଲୀ,୨୨।୭: ସ୍ବିଙ୍ଗ ବୋଲିଂ ପାଇଁ ପ୍ରସିଦ୍ଧ ଦୀପକ ଚହର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଜବରଦସ୍ତ ବ୍ୟାଟିଂକୁ ଟିମ ଇଣ୍ଡିଆକୁ ଜିତାଇଥିଲେ। ଏହି ମ୍ୟାଚ୍‌ରେ ଦୀପକ ଅପରାଜିତ ୬୯ ରନ କରି ଭାରତୀୟ ଦଳକୁ ୩ ଉଇକେଟରେ ଜିତାଇଥିଲେ ଏବଂ ଏହା ସହ ଭାରତୀୟ ଦଳ ମଧ୍ୟ ଦିନିକିଆ ସିରିଜରେ ୨-୦ଅଗ୍ରଣୀ ହାସଲ କରିଥିଲା। ବଲ ଏବଂ ବ୍ୟାଟ ସହିତ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ଦୀପକ ଚହରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା। ଅନେକ କ୍ରିକେଟ ବିଶେଷଜ୍ଞ ଚହରଙ୍କୁ ପ୍ରଶଂସା କରିଛନ୍ତି। ଦୀପକଙ୍କ ଭଉଣୀ ମାଲତୀ ମଧ୍ୟ ତାଙ୍କ ଭାଇଙ୍କ ବ୍ୟାଟିଂରେ ବହୁତ ଖୁସି ଅଛନ୍ତି ଏବଂ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ପ୍ରକାଶ କରିଥିଲେ।
ମ୍ୟାଚ ଶେଷ ହେବା ପରେ  ଭଉଣୀ ମାଲତୀ ଇନଷ୍ଟାଗ୍ରାମରେ ତାଙ୍କ ଭାଇ ଦୀପକଙ୍କୁ ପ୍ରଶଂସା କରି ଲେଖିଛନ୍ତି ଯେ ଆପଣ ଜଣେ ଷ୍ଟାର। ତୁମେ ଭାରତକୁ ମ୍ୟାଚ ଜିତାଇଛ ଏବଂ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଜିତିଛ। ତୁମେ ଜଣେ ତାରକା, ଏହିପରି ଖେଳ ଜାରି ରଖ ବୋଲି ସେ କହିଛନ୍ତି।

Share