ଦାନଗଦିର ଅପପୁଷ୍ଟି ପୀଡ଼ିତ ଶିଶୁ

କଟକ ଅଫିସ,୨୪ା୩: ଯାଜପୁର ଜିଲା ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ଘାଟିସାହିର ୨ ଶିଶୁ ଅପପୁଷ୍ଟିର ଶିକାର ହୋଇ କଟକ ଶିଶୁଭବନରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ବାଙ୍କୁ ହେମ୍ବ୍ରମ୍‌ ଓ ତୁଳସୀ ହେମ୍ବ୍ରମ୍‌ଙ୍କ ୪ ବର୍ଷର ଝିଅ କୁନି ହେମ୍ବ୍ରମ୍‌ ଏବଂ ୭ ମାସର ପୁଅ ରାଇସିଂ ହେମ୍ବ୍ରମ୍‌। ଗତ ୨୦ ତାରିଖରେ ଉଭୟଙ୍କୁ ସେମାନଙ୍କ ମା’ବାପା ଆଣି ଶିଶୁଭବନରେ ପହଞ୍ଚତ୍ଥିଲେ। ଏବେ ସେମାନେ ପୁରୁଣା ମେଡିସିନ୍‌ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ବାଙ୍କୁ ଓ ତୁଳସୀଙ୍କର ଜନ୍ମିତ ୯ ସନ୍ତାନ ମଧ୍ୟରୁ ୭ ଝିଅ ଓ ୨ ପୁଅ। ସେମାନଙ୍କ ମଧ୍ୟରୁ ଗୋଟିଏ ପୁଅର ୫ ମାସ ତଳେ ମୃତ୍ୟୁ ହୋଇଥିଲା। ଏବେ ୮ଟି ସନ୍ତାନ ଜୀବିତ ଅଛନ୍ତି। କୁନିର ଶାରୀରିକ ଅଭିବୃଦ୍ଧି ଯେଭଳି ହେବା କଥା ହେଉନାହିଁ। ତାକୁ ଦେଖିଲେ ସେ ଅପପୁଷ୍ଟିର ଶିକାର ହୋଇଥିବା ସ୍ପଷ୍ଟ ଜାଣିହେଉଛି। ଶିଶୁ ଗର୍ଭସ୍ଥ ହେବାଠାରୁ ଆରମ୍ଭ କରି ଜନ୍ମ ଓ ବଡ଼ ହେବା ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ ହୋଇଛି। ଶିଶୁ ଓ ମା’ଙ୍କୁ ପୁଷ୍ଟିକର ଖାଦ୍ୟ, ଔଷଧ, ଟିକା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ପ୍ରଚାର କରାଯାଉଛି। ନିୟମିତ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏପରି ସ୍ଥଳେ ଏହି ଶିଶୁ ଅପପୁଷ୍ଟିର ଶିକାର ହେବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ବାଲ୍‌ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଏଠାରେ ଫେଲ୍‌ ମାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁଣି ୮ଟି ସନ୍ତାନକୁ ଧରି ଏହି ଦମ୍ପତି କିପରି ସଂସାର ଚଳାଉଛନ୍ତି ତାହା ବି ଚିନ୍ତାର ବିଷୟ। ସରକାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପରିବାର ନିୟୋଜନ କାର୍ଯ୍ୟକ୍ରମ ଚାଲୁ ରଖିଥିବାବେଳେ ଏମାନେ ଯେ ସରକାରୀ ସଚେତନତାଠାରୁ ବହୁ ଦୂରରେ ତାହା ଅନୁମେୟ। ତେବେ ଶିଶୁଦ୍ୱୟ ଶିଶୁଭବନ ବେଡ୍‌ରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାବେଳେ ଆହୁରି କେତେଦିନ ଯେ ଚିକିତ୍ସିତ ହେବେ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ଶିଶୁଭବନ ଅଧୀକ୍ଷକ ଡା. ଜ୍ଞାନେନ୍ଦ୍ର ନାଥ ବେହେରା କହିଛନ୍ତି, ରାଇସିଂଙ୍କର ଶ୍ୱାସକ୍ରିୟାଜନିତ ସମସ୍ୟା ରହିଛି। ସେହିପରି ୪ ବର୍ଷ ଶିଶୁଟିର ସ୍ବାଭାବିକ ଶାରୀରିକ ଅଭିବୃଦ୍ଧି ହୋଇ ପାରୁନାହିଁ। ସେ ବୟସାନୁସାରେ ଯେଭଳି ହେବା କଥା ତାହା ହେଉନାହିଁ। ବୟସ ତୁଳନାରେ ଓଜନ ମଧ୍ୟ ଖୁବ୍‌ କମ୍‌ ରହିଛି। ତେବେ ଶିଶୁଦ୍ୱୟ ଅପପୁଷ୍ଟିରେ ପୀଡ଼ିତ ଅଛନ୍ତି କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଶିଶୁଭବନର ବିଶେଷଜ୍ଞମାନେ ବିଭିନ୍ନ ପରୀକ୍ଷା କରିବା ସହ ଚିକିତ୍ସା ଜାରି ରଖିଛନ୍ତି। ଏବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭାବେ ସୁଧୁରିବା ପର୍ଯ୍ୟନ୍ତ ସେମାନେ ଶିଶୁଭବନରେ ରହି ଚିକିତ୍ସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri