Posted inଜାତୀୟ

ମାଲ୍ୟା, ନୀରବ, ଚୋକ୍‌ସିଙ୍କଠାରୁ ୧୮,୦୦୦ କୋଟି ବ୍ୟାଙ୍କକୁ ଫେରିଛି

ନୂଆଦିଲ୍ଲୀ,୨୪।୨: ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କଠାରୁ ବ୍ୟାଙ୍କକୁ ୧୮,୦୦୦ କୋଟି ଟଙ୍କା ଫେରିଥିବା କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ପଳାତକ ଅର୍ଥନୈତିକ ଅପରାଧ ଆଇନରେ ଏହି ୩ ବ୍ୟବସାୟୀଙ୍କୁ ପଳାତକ ଅପରାଧୀ ଘୋଷଣା କରାଯାଇଥିଲା। ମନି ଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ)ରେ ଇଡିକୁ ମିଳିଥିବା କ୍ଷମତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ଜଷ୍ଟିସ୍‌ ଏ.ଏମ୍‌.ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଦିନେଶ ମାହେଶ୍ୱରୀ ଏବଂ ସି.ଟି. ରବିକୁମାରଙ୍କ ଖଣ୍ଡପୀଠ ସେଗୁଡ଼ିକର ଅନୁଧ୍ୟାନ କରିଥିଲେ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ମନିଲଣ୍ଡରିଂ ମାମଲାରେ ଉପରୋକ୍ତ ୩ ଅପରାଧୀଙ୍କଠାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୮,୦୦୦ କୋଟି ଟଙ୍କା ଆଦାୟ କରିଛି।
ମେହଟ୍ଟା କହିଥିଲେ, ବର୍ତ୍ତମାନ ସୁଦ୍ଧା ଇଡି ୪,୭୦୦ ମାମଲାର ତଦନ୍ତ କରୁଛି ଓ ମନିଲଣ୍ଡରିଂରେ ସମ୍ପୃକ୍ତ ୩୧୩ ଜଣଙ୍କୁ ଗିରଫ କରିଛି। ଗତ ୫ ବର୍ଷ ମଧ୍ୟରେ ଇଡି ୨,୦୮୬ ମାମଲା ତଦନ୍ତ ପାଇଁ ଗ୍ରହଣ କରିଛି। ୩୩ ଲକ୍ଷ ସମ୍ଭାବ୍ୟ ଅପରାଧ ପଞ୍ଜୀକୃତ ହୋଇଛି। ଅପରାଧ ଓ ମନି ଲଣ୍ଡରିଂର ମୁଖ୍ୟ ଉତ୍ସ ଦୁର୍ନୀତି। ଭାରତ ବିଶ୍ୱ ମନିଲଣ୍ଡରିଂ ନିରୋଧୀ ନେଟଓ୍ବର୍କର ଅଂଶବିଶେଷ ବୋଲି ସଲିସିଟର ଜେନେରାଲ କହିଥିଲେ। ପ୍ରଥମ ବ୍ୟବସାୟୀ ଭାବେ ବିଜୟ ମାଲ୍ୟାଙ୍କୁ ପଳାତକ ଅପରାଧୀ ଘୋଷଣା କରାଯାଇଥିଲା। କିଙ୍ଗ୍‌ଫିସର ଏୟାରଲାଇନ୍‌ ଅକାମୀ ହୋଇଯିବା ପରେ ୯,୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ନେଇଥିବା ମାଲ୍ୟା ଏହାକୁ ପରିଶୋଧ ନ କରି ଦେଶ ଛାଡ଼ି ପଳାଇଥିଲେ। ଏବେ ସେ ଲଣ୍ଡନରେ ରହୁଛନ୍ତି। ସେହିପରି ପଳାତକ ହୀରା ବ୍ୟବସାୟୀ ନିରବ ମୋଦି ୨୦୧୯ ମାର୍ଚ୍ଚରେ ଗିରଫ ହୋଇ ଲଣ୍ଡନର ଓ୍ବାଣ୍ଡସ୍‌ଓ୍ବର୍ଥ ଜେଲ୍‌ରେ ରହିଛନ୍ତି। ସେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କା ଋଣ ନେଇ ଠକିଛନ୍ତି। ତାଙ୍କର ପ୍ରତ୍ୟର୍ପଣ ଲାଗି ଭାରତ ପକ୍ଷରୁ ଆବେଦନ କରାଯାଇଛି। ନିରବଙ୍କ ମାମୁ ମେହୁଲ ଚୋକ୍‌ସି ମଧ୍ୟ ଋଣ ଠକେଇ କରି ୨୦୧୮ରେ ଦେଶଛାଡ଼ି ପଳାଇଥିଲେ। ସେବେଠାରୁ ସେ ଆଣ୍ଟିଗୁଆ ଓ ବାର୍ବାଡୋସ୍‌ରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri