Posted inଜାତୀୟ

ରାହୁଲଙ୍କ ପରେ ଖର୍ଗେଙ୍କ ଭାଷଣର ହେଲା ‘ସେଂସର’, ବାଜପେୟୀଙ୍କ ଉଦାହରଣ ଦେଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୯ ।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଗୁରୁବାର(୯ ଫେବୃୟାରୀ)ରେ ରାଜ୍ୟ ସଭାର ସଭାପତି, ଉପରାଷ୍ଟ୍ରପତି ଜଗଦିପ ଧନଖଡଙ୍କୁ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଉପରେ ତାଙ୍କ ଭାଷଣର କିଛି ଅଂଶକୁ ସଂସଦର ରେକର୍ଡରୁ କାହିଁକି ହଟାଇ ଦିଆଗଲା । ସେ କହିଥିଲେ, ମୋତେ ଲାଗୁନାହିଁ ମୋ ଭାଷଣରେ କାହା ବିରୋଧରେ ଅଂସଦୀୟ ଅଥବା ଅଭିଯୋଗ ଲଗାଇବା ଭଳି କିଛି କଥା ଥିଲା..ହେଲେ କିଛି ଶବ୍ଦର ଭୁଲ ଅର୍ଥ ବାହାର କରାଗଲା…ଯଦି ଆପଣଙ୍କୁ କିଛି ସନ୍ଦେହ ଥିଲା, ତେବେ ଆପଣ ଅଲଗା ଭାବେ ପଚାରି ପାରି ଥାଆନ୍ତେ, ହେଲେ ଆପଣ କହିଲେ କିଛି ଶବ୍ଦକୁ ହଟାଇ ଦିଆଯିବା ଦରକାର ।

ମଲ୍ଲିକାର୍ଜୁନ ଖର୍ଗେ କହିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ସାହେବ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପିଭି ନରସିଂହା ରାଓ ଜିଙ୍କ ବିରୋଧରେ ଏକ ଶବ୍ଦ ବ୍ୟବହାର କରିଥିଲେ ଆଉ ସେହି ଶବ୍ଦ ଏବେବି ପୁସ୍ତକରେ ରହିଛି । ଏହାପରେ ଜଗଦିପ ଧନଖଡ କଂଗ୍ରେସ ମୁଖ୍ୟଙ୍କୁ ମନାଇବାକୁ ଚେଷ୍ଟା କରି ସଭାପତି ବିରୋଧି ନେତାଙ୍କ ଶେଷ ରକ୍ଷକ ବୋଲି କହିଥିଲେ ।
ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କ ଭାଷଣରୁ ବି କିଛି କଥାକୁ ହଟାଇ ଦିଆଯାଇଥିଲା । ଯାହାକୁ ନେଇ ପ୍ରଶ୍ନ ଉଠିଥିଲା । ବିରୋଧି ସରକାରଙ୍କ ଉପରେ ପାର୍ଲାମେଣ୍ଟରେ ତାଙ୍କ କଥାକୁ ‘ସେଂସର’ କରାଯାଉଥିବା ଅଭିଯୋଗ ଆଣିଥିଲେ । ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରୁ ବାହାରକୁ ଆସି ଖବରଦାତାଙ୍କୁ କହିଥିଲେ, ମୋ ଶବ୍ଦକୁ କାହିଁକି ହଟାଇ ଦିଆଗଲା ପ୍ରଧାନମନ୍ତ୍ରୀ ଗୋଟିଏ ଦିନ ପୂର୍ବରୁ ଉଠାଯାଇଥିବା ପ୍ରଶ୍ନର ଜବାବ ଦେବାକୁ ବିଫଳ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri