Categories: ଜାତୀୟ

ନିଜ ପଦରୁ ଇସ୍ତଫା ଦେଲେ ଖାର୍ଗେ

ନୂଆଦିଲ୍ଲୀ,୧।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ରାଜ୍ୟ ସଭାରେ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ଖାର୍ଗେ କହିଛନ୍ତି, ଜଣେ ନେତାଙ୍କ ଗୋଟିଏ ପଦ ନିୟମ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି। ଶନିବାର ଖାର୍ଗେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ସୂଚନାଯୋଗ୍ୟ, ଉଦୟପୁରରେ ଅନୁଷ୍ଠିତ ହୋଇଥିବା କଂଗ୍ରେସର ଚିନ୍ତନ ଶିବରରେ ନିଷ୍ପତ୍ତି ନିଆଯାଇଥିଲା ଯେ, କୌଣସି ବ୍ୟକ୍ତି ଦଳରେ ଦୁଇଟି ପଦବୀରେ ରହିପାରିବେ ନାହିଁ। ଅଥାତ୍‌ କୌଣସି ନେତାଙ୍କୁ ଦ୍ୱିତୀୟ ପଦବୀ ପୂର୍ବରୁ ତାଙ୍କ ବର୍ତ୍ତମାନର ପଦରୁ ଇସ୍ତଫା ଦେବାକୁ ପଡିବ। ସୂଚନା ମୁତାବକ, ଶୁକ୍ରବାର ଖାର୍ଗେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

Share