Posted inଜାତୀୟ

୨୦୨୪ରେ ମେଣ୍ଟର ନେତୃତ୍ୱ ନେବ କଂଗ୍ରେସ: ଖର୍ଗେ

ନୂଆଦିଲ୍ଲୀ,୨୨ ।୨: ଲୋକ ସଭା ନିର୍ବାଚନ ୨୦୨୪କୁ ଆଉ ପ୍ରାୟ ବର୍ଷେ ସମୟ ରହିଛି । ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)ର ମୁକାବିଲା କରିବାକୁ ପ୍ରାୟ ସମସ୍ତ ବିରୋଧି ଦଳ ମେଣ୍ଟ ରାଜନୀତିକୁ ଆପଣେଇବା ଦେଖାଗଲାଣି । ଇତି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ୨୦୨୪ରେ କଂଗ୍ରେସ ନେତୃତ୍ୱର ମେଣ୍ଟ ଭାଜପାକୁ ଗାଦିଚ୍ୟୁତ କରାଇବ ।
ନାଗାଲ୍ୟାଣ୍ଡର ଦିମାପୁରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବା ସମୟରେ ଖର୍ଗେ କହିଛନ୍ତି ସମସ୍ତ ବିରୋଧି ଦଳ ମିଶି ୨୦୨୪ରେ ଭାଜପାକୁ ବୁଦ୍ଧି ଶିଖାଇବେ । କେନ୍ଦ୍ରରେ ଏକ ମେଣ୍ଟ ସରକାର ଶାସନ କରିବ ଆଉ ଏହାର ନେତୃତ୍ୱ ନେବ କଂଗ୍ରେସ । ସେ କହିଛନ୍ତି, ଏହାକୁ ନେଇ କଂଗ୍ରେସ ସବୁ ଦଳ ସହ ଲଗାତର ସମ୍ପର୍କରେ ରହିଛି ଓ ଚର୍ଚ୍ଚା କରୁଛି । କାରଣ ଲୋକତନ୍ତ୍ରକୁ ବଞ୍ଚାଇବାକୁ ଓ ସମ୍ବିଧାନକୁ ବଞ୍ଚାଇବାକୁ ଭାଜପାକୁ ହରାଇବା ଜରୁରୀ ।
ଖର୍ଗେ କହିଛନ୍ତି, କଂଗ୍ରେସ ସବୁ ସମୟରେ ସବୁ ଦଳ ସହ କଥା ହେଉଛି । ୨୦୨୪ରେ କେମିତି ବିଜୟ ହେବ ସେ ନେଇ ସବୁ ଦଳ ନିଜ ନିଜର ମତ ରଖୁଛନ୍ତି । ସେଥିପାଇଁ ଏଥର ଭାଜପାକୁ ବହୁମତ ମିଳିବା କାଠିକର ପାଠ ହୋଇଯିବ । ଅନ୍ୟ ସମସ୍ତ ଦଳଙ୍କୁ ମିଶିକରି ବହୁମତ ମିଳିବ । ସେ ସ୍ପଷ୍ଟ କରିଛନ୍ତି କି କଂଗ୍ରେସ ଏହି ମେଣ୍ଟର ନେତୃତ୍ୱ ନେବ । ଏଥିରୁ ସ୍ପଷ୍ଟ ହୋଇଛି କି କଂଗ୍ରେସ ତା’ର ନେତୃତ୍ୱ ଭୂମିକାକୁ ଛାଡିବାକୁ ରାଜି ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ

ଅହମ୍ମଦାବାଦ,୨୫।୯: ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ସେସନ୍ସ କୋର୍ଟ ଗୁରୁବାର ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଦାନୀ ଏଣ୍ଟରପ୍ରାଇଜେସ ଦ୍ୱାରା ଦାଖଲ ଏକ ଆପରାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?