Categories: ଜାତୀୟ

‘ମୋଦି କହିଲେ ଠିକ, ରାହୁଲ କହିଲେ ଭୁଲ,’ ଖାର୍ଗେ କହିଲେ ଆମେ ବିକ୍ରମ ବେତାଳ ଭଳି…

ନୂଆଦିଲ୍ଲୀ,୧୩ ।୩: ରାଜ୍ୟ ସଭାରେ ବିରୋଧି ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରାହୁଲ ଗାନ୍ଧୀଙ୍କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ପିୟୁଷ ଗୋଏଲ ଦେଇଥିବା ବୟାନକୁ ନେଇ ପାଲଟା ଆକ୍ରମଣ କରିଛନ୍ତି । ଖାର୍ଗେ କହିଛନ୍ତି ଆମେ କୌଣସି କଲେଜରେ ଡେମୋକ୍ରାସି କଥା କହିଲେ ଆମକୁ ଦେଶଦ୍ରୋହୀ କୁହାଯାଉଛି, ବିଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନକୁ ନେଇ ଭାଜପା ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଖାର୍ଗେ କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିଦେଶରେ ଏମିତି କଥା କହୁଛନ୍ତି ତେବେ ଏହା ସତ, ଆଉ ଯଦି ରାହୁଲ ଗାନ୍ଧୀ କହୁଛନ୍ତି ତାହା ଭୁଲ । ଏହା ଓଲଟା ଚୋର କୋତୱାଲ ଉପରେ ବର୍ଷିବା ଭଳି ।

ପାର୍ଲାମେଣ୍ଟରେ କହିବାକୁ ଦେଉ ନ ଥିବା ଅଭିଯୋଗକୁ ନେଇ ଖାର୍ଗେ କହିଛନ୍ତି, ଆମେ ଅଦାନୀ ପ୍ରସଙ୍ଗରେ ଜେପିସି ଗଠନ କରିବାକୁ ଦାବି କରୁଛୁ । ମୋତେ ୨ ମିନିଟ ପାଇଁ ମଧ୍ୟ କହିବାକୁ ଦିଆଗଲା ନାହିଁ । ପୀୟୁଷ ଗୋୟଲଙ୍କୁ କହିବାକୁ ୧୦ ମିନିଟ ସମୟ ଦିଆଯାଇଥିଲା । ଆମର ମାଇକ ମଧ୍ୟ ସୁଇଚ୍ ଅଫ ହୋଇଗଲା ଓ ଗୃହରେ ପାଟିଗୋଳ ସୃଷ୍ଟି ହେଲା । ଆମେ ବିକ୍ରମ ବେତାଳ ପରି ଏହା ପଛରେ ପଡି ରହିବୁ ।

Share