Posted inଜାତୀୟ

ସଂସଦକୁ ଆସିବା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବରଖାସ୍ତ କରି ଆସିବେ: ମୋଦିଙ୍କୁ ଏମିତି କହିଲେ…

ନୂଆଦିଲ୍ଲୀ,୨୪।୭: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଳମ୍ବିତ ରାତିରେ ଏକ ଭିଡିଓ ଜାରି କରି ସରକାରଙ୍କ ପ୍ରୟାସ ଏବଂ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଯେ ପ୍ରଶ୍ନପତ୍ର ଲିକ୍‌ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ। ଏହା ସହିତ ସେ ଫାଷ୍ଟ ଟ୍ରାକ କୋର୍ଟ ଗଠନ ପାଇଁ ଅଧିକାରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ଏସବୁ ବିଷୟକୁ ନେଇ ରାହୁଲ ଗାନ୍ଧୀଙ୍କ ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସର ଜାତୀୟ ଅଧ୍ୟକ୍ଷ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, ’ଯେତେବେଳେ ସଂସଦ ଚାଲୁଥାଏ, ସେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ସଂସଦର ପଟଳରେ ବିବୃତ୍ତି ଦେବାକୁ ପଡ଼ିଥାଏ, ବିଳମ୍ବିତ ରାତିରେ ଏକ ଭିଡିଓ ପ୍ରସ୍ତୁତ କରି, ସଂସଦ ବାହାରେ ଏକପାଖିଆ ‘ମନ କି ବାତ୍‌’ କରିବା ଉଚିତ୍‌ ନୁହେଁ।’”

“ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଏକ୍ସ’ରେ ଏକ ପୋଷ୍ଟରେ ଟ୍ୟାଗ କରି ଲେଖିଛନ୍ତି ଯେ ନରେନ୍ଦ୍ର ମୋଦି ଜୀ, ଆଜି ସଂସଦକୁ ଆସିବା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବରଖାସ୍ତ କରି ଆସିବେ। କଂଗ୍ରେସ ନେତା ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଅନ୍ୟାନ୍ୟ ଅନେକ ଦାବି ମଧ୍ୟ କରିଛନ୍ତି। ଖର୍ଗେ ରାହୁଲ ଗାନ୍ଧୀଙ୍କ ଦାବିକୁ ଦୋହରାଇ କହିଛନ୍ତି ଯେ ପ୍ରଥମେ ଛାତ୍ରୀଛାତ୍ରମାନଙ୍କୁ କ୍ଷମା ମାଗନ୍ତୁ ଏବଂ ଯେଉଁମାନେ ଛାତ୍ରମାନଙ୍କ ସ୍ବରକୁ ଦବାଇବା ପାଇଁ ଲାଠି-ଡ଼ଙ୍ଗା ଏବଂ ପେଲେଟ ଗନ (Pellet Gun) ବ୍ୟବହାର କରାଇଛନ୍ତି, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।”

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯: କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ ଏକ…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

ଉପନିର୍ବାଚନ ଘୋଷଣା: ଏହି ସିଟ୍‌ରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ! ରାଜନୀତିରେ ଚହଳ

କୋଲକାତା,୭।୯: ୪ଟି ରାଜ୍ୟର ୬ଟି ଆସନରେ ଉପନିର୍ବାଚନନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକରେ ଅକ୍ଟୋବର ୬ ତାରିଖରେ ଭୋଟଗ୍ରହଣ ହେବ ଏବଂ ଅକ୍ଟୋବର…

elections

ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ୬ ଆସନରେ ହେବ ଉପନିର୍ବାଚନ; ଜାଣନ୍ତୁ କେବେ, କେଉଁଠି…

ନୂଆଦିଲ୍ଲୀ,୭।୯: ଦେଶର ୬ଟି ଆସନରେ ଉପନିର୍ବାଚନନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫ଟି ବିଧାନସଭା ଆସନ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଛାତିଥରା ହତ୍ୟାକାଣ୍ଡ; ସ୍ତ୍ରୀଙ୍କ ମୁଣ୍ଡକୁ କାଟି ଫ୍ରିଜରେ ରଖିଲେ ସ୍ବାମୀ, ଆଙ୍ଗୁଠିକୁ…..

ଗୁଆହାଟୀ,୭।୯: ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ…

ସତ୍ୟ ନିକେତନ ଘଟଣା: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୫ MCD ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ିବା ଘଟଣାରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେନ (MCD) ଦ୍ୱାରା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦକ୍ଷିଣ ଜୋନର ପାଞ୍ଚ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri