Categories: ଜାତୀୟ

ସଫେଇ ଦେଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ‘ବିଷଧର ସାପ’ ବୟାନକୁ ନେଇ ସଫେଇ ଦେଇଛନ୍ତି। ସେ ଗୁରୁବାର କର୍ନାଟକର କାଲାବୁରାଗିରେ ଏକ ରାଲି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଷଧର ସାପ ଭଳି ବୋଲି କହିଥିଲେ। ଖାର୍ଗେ କହିଥିଲେ, ଆପଣ ଭାବୁଥିବେ ଏହା ବିଷ କି ନା, ଯଦି ଆପଣ ଏହାକୁ ଚାଖିବେ, ତେବେ ଆପଣଙ୍କ ମୃତ୍ୟୁ ହେବ। ଏବେ ଏହାକୁ ନେଇ ଖାର୍ଗେ କହିଛନ୍ତି ମୁଁ ବ୍ୟକ୍ତିଗତ ଟିପ୍ପଣି କରି ନ ଥାଏ, ମୁଁ ଭାଜପାକୁ ସାପ ବୋଲି କହିଛି, ମୋର ବୟାନ ତାଙ୍କ ବିଚାରଧାରା ସନ୍ଦର୍ଭରେ ରହିଛି।

କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ଏହି ବୟାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ନ ଥିଲା, ମୋର ଉଦ୍ଦେଶ୍ୟ ଥିଲା ଭାଜପାର ବିଚାରଧାରା ‘ସାପ ଭଳି’। ମୁଁ ପ୍ରଧାନମନ୍ତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଭାବେ ଏହା କେବେ କହିନାହିଁ। ମୁଁ କହିଛି କି ତାଙ୍କ ବିଚାରଧାରା ସାପ ଭଳି, ଯଦି ଆପଣ ଏହାକୁ ଛୁଇଁବାକୁ ଚେଷ୍ଟା କରିବେ ତେବେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ।

Share