Posted inଜାତୀୟ

ଖାର୍ଗେଙ୍କୁ ଘେରିଲା ଭାଜପା, ପ୍ରଧାନମନ୍ତ୍ରୀଙ୍କୁ ନେଇ କରିଥିଲେ ଆପତ୍ତିଜନକ ଟିପ୍ପଣି

ନୂଆଦିଲ୍ଲୀ,୨୯ ।୧୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଆପତ୍ତିଜନକ ଟିପ୍ପଣିକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଖୁବ୍ ବର୍ଷିଛି । ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କ୍ଷମା ମଗିବାକୁ କହିଛନ୍ତି । ସମ୍ବିତ ପାତ୍ର କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଯେଉଁଭଳି ଭାଷାରେ କହିଛନ୍ତି ଏହା କୌଣସି ଦୃଷ୍ଟିରୁ ଆଦୌ ଠିକ ନୁହେଁ । ସେ ତାଙ୍କ ବୟାନ ପାଇଁ କ୍ଷମା ମାଗିବା ଉଚିତ । ସମ୍ବିତ ପାତ୍ର ଦିଲ୍ଲୀରେ ଥିବା ଭାଜପା ମୁଖ୍ୟାଳୟରେ ମିଡିଆ ସହ କଥା ହେବା ସମୟରେ କହିଛନ୍ତି ଖାର୍ଗେ ଯେଉଁଭଳି ଭାବେ ବୟାନ ଦେଇଛନ୍ତି ତାହା ଅତ୍ୟନ୍ତ ଆପତ୍ତି ଜନକ ।

ସମ୍ବିତ ପାତ୍ର କହିଛନ୍ତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ବୟାନ ସମ୍ପୂର୍ଣ୍ଣ ରୂପେ ଭୁଲ । ଗୁଜରାଟର ପୁଅ ପାଇଁ ଖାର୍ଗେ ଯେଉଁଭଳି ଭାଷାର ବ୍ୟବହାର କରିଛନ୍ତି ତାହା ଆଦୌ ଠିକ ନୁହେଁ । ତାଙ୍କର ଏହି ବୟାନ କଂଗ୍ରେସର ମାନସିକତାକୁ ଦର୍ଶାଉଛି । ଏହା ନା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପମାନ ବରଂ ପ୍ରତିଟି ଗୁଜରାଟିଙ୍କର ଅପମାନ ।
ସୂଚନାଯୋଗ୍ୟ, ଖାର୍ଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଟିପ୍ପଣି କରିବା ସମୟରେ କହିଥିଲେ, ପିଏମ ମୋଦି ସବୁବେଳେ ନିଜ କଥା କହିଥାଆନ୍ତି । ଆପଣମାନେ କିଛି ଦେଖନ୍ତୁ ନାହିଁ କେବଳ ମୋଦିଙ୍କୁ ଦେଖି ଭୋଟ ଦିଅନ୍ତୁ । ଏବେ ତୁମର ମୁହଁ କେତେଥର ଦେଖିବୁ । କର୍ପୋରେଶନରେ ତୁମର ମୁହଁ ଦେଖିଲୁ, ଏମଏଲଏ ଇଲେକ୍‌ଶନରେ ତୁମ ମୁହଁ ଦେଖିଲୁ ମଧ୍ୟ ନିର୍ବାଚନରେ ବି ତୁମ ମୁହଁ ଦେଖିଲୁ, ସବୁ ସ୍ଥାନରେ… କେତେ ମୁଣ୍ଡ କି…କ’ଣ ଆପଣଙ୍କର ରାବଣ ଭଳି ୧୦୦ ମୁଣ୍ଡ । ଖାର୍ଗେଙ୍କ ଏହି ବୟାନକୁ ନେଇ ଏବେ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri