ଦୀପିକାଙ୍କ ସହ ନିଜକୁ ତୁଳନା କଲେ ମଲ୍ଲିକା: କହିଲେ ମୁଁ ଚରିତ୍ରହୀନା ଆଉ ସେ…

ବମ୍ବେ: ‘ଜିନା ସିର୍ଫ ମେରେ ଲିଏ’ ଏବଂ ‘ମର୍ଡର’ ଭଳି ଫିଲ୍ମରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ। ହେଲେ ‘ମର୍ଡର’ରେ ବୋଲ୍ଡ ଦୃଶ୍ୟକୁ ନେଇ ସେ ରାତାରାତି ସେନ୍‌ସେଶନ ପାଲଟି ଯାଇଥିଲେ। ଫିଲ୍ମଟି ତାଙ୍କୁ ଖ୍ୟାତି ଦେଇଥିଲେ ହେଁ ଚରିତ୍ରହୀନର ଉପାଧି ମଧ୍ୟ ଦେଇଥିଲା। ହେଲେ ସମୟ ବଦଳିବା ସହ ବଲିଉଡ୍‌ରେ ଅନେକ ବୋଲ୍ଡ ଚଳଚ୍ଚିତ୍ର ନିର୍ମାଣ ହେଲାଣି। ଏବେ ଏକ ସାକ୍ଷାତକାରରେ ମଲ୍ଲିକା କ୍ଷୋଭ ପ୍ରକାଶ କରିଛନ୍ତି।

ଆଜିକାଲି ଯେଉଁଭଳି ଫିଲ୍ମ ଆସୁଛି, ସେଭଳି ଫିଲ୍ମ ସେ କ୍ୟାରିୟର ଆରମ୍ଭରୁ କରିଥିଲେ। ଲୋକେ ଏବେ ଫିଲ୍ମକୁ ଏସ୍ଥେଟିକ୍‌ ଏବଂ ସେନ୍ସୁଆଲ କହୁଛନ୍ତି। ହେଲେ ତାଙ୍କ ଚଳଚ୍ଚିତ୍ରକୁ ଖରାପ ନଜରରେ ଦେଖାଯାଉଥିଲା। ପରଦାରେ ତାଙ୍କ ଚରିତ୍ରକୁ ନେଇ ବ୍ୟକ୍ତିଗତ ଜୀବନରେ ସେ ସେଭଳି ବୋଲି ଲୋକେ ଅନୁମାନ କରିଥିଲେ। ଲୋକେ ଚରିତ୍ରହୀନ କହୁଥିଲେ। ନିକଟରେ ଦୀପିକା ପାଦ୍ୟୁକୋନଙ୍କ‘ଗହରାଇୟାଁ’ ରିଲିଜ ହୋଇଥିଲା। ଏହା ‘ମର୍ଡର’ଠାରୁ କମ୍‌ ବୋଲ୍ଡ ନୁହେଁ। ମାତ୍ର ଦୀପିକା ଫିଲ୍ମ କରିଥିବା ଯୋଗୁ ସେ ଗ୍ଲାମରସ୍‌ ଏବଂ ତାଙ୍କ ଫିଲ୍ମ ଖରାପ ବୋଲି କୁହାଯାଇଥିଲା ବୋଲି ମଲ୍ଲିକା କହିଛନ୍ତି।

ତେବେ ଆଗାମୀ ଦିନରେ ମଲ୍ଲିକାଙ୍କ ଫିଲ୍ମ ଆର୍‌କେ/ଆର୍‌କେଏଓ୍ବାଇ ରିଲିଜ ହେବ। ଜୁଲାଇ ୨୨ରେ ଏହା ପରଦାକୁ ଆସିବ। ଏହାର ପ୍ରମୋଶନରେ ଅଭିନେତ୍ରୀ ବ୍ୟସ୍ତ ଅଛନ୍ତି।

Share