ଅଭିନେତ୍ରୀ ହେବା ପୂର୍ବରୁ ପାଇଲଟ୍‌ଙ୍କୁ ବିବାହ କରିଥିଲେ ଏହି ବୋଲ୍ଡ ନାୟିକା: ଏବେ ୪୪ବର୍ଷରେ ବି ଉଡାଉଛନ୍ତି ହୋସ୍‌

ବମ୍ବେ: ବର୍ଷ ୨୦୨୦ର ଶେଷଦିନରେ ହଟ୍‌ ଫଟୋକୁ ନେଇ ଚର୍ଚ୍ଚାରେ ମଲ୍ଲିକା ଶେରାଓ୍ବତ। ନିଜର ସୋସିଆଲ ପୃଷ୍ଠାରେ ବିକିନି ପିନ୍ଧା ଫଟୋ ଶେୟାର କରିଛନ୍ତି ୪୪ ବର୍ଷୀୟ ମଲ୍ଲିକା। ହଳଦିଆ ରଙ୍ଗର ବିକିନି ପିନ୍ଧି ସେ ବେଶ୍‌ ସୁନ୍ଦର ଲାଗୁଛନ୍ତି। ପ୍ରଶଂସକମାନେ ଉକ୍ତ ଫଟୋକୁ ଦେଖି ନୂଆବର୍ଷ ପୂର୍ବରୁ ସେ ନିଆଁ ଲଗାଉଛନ୍ତି ବୋଲି କହିଛନ୍ତି। ଶେୟାର କରିବା କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ପ୍ରଶଂସକ ଏହାକୁ ପସନ୍ଦ କରିଛନ୍ତି।

୨୦୦୨ରେ ‘ଜିନା ସିର୍ଫ ମେରେ ଲିଏ’ ଫିଲ୍ମରୁ ଡେବ୍ୟୁ କରିଥିଲେ ମଲ୍ଲିକା। ଏହାପରେ ୨୦୦୩ରେ ‘ଖ୍ବାହିସ୍‌’ରେ ସେ ନଜର ଆସିଥିଲେ। ତାଙ୍କର ବୋଲ୍ଡନେସ୍‌କୁ ନେଇ ସେ ଗ୍ଲାମର୍ସ ଅଭିନେତ୍ରୀ ଭାବେ ପରିଗଣିତ ହେଉଛନ୍ତି। ହେଲେ ସିନେଜଗତକୁ ଆସିବା ପୂର୍ବରୁ ଏୟାରହୋଷ୍ଟ୍ରେସ୍‌ ଥିଲେ ସେ। ହେଲେ ଅଭିନୟ ପାଇଁ ସେ ପେସାକୁ ଛାଡ଼ି ଦେଇଥିଲେ। ସେତେବେଳକୁ ସେ ବିବାହ ମଧ୍ୟ କରିନେଇଥିଲେ। ଜେଟ୍‌ ଏୟାରଓ୍ବେଜ୍‌ର ପାଇଲଟ୍‌ କରନ ସିଂହଙ୍କୁ ବିବାହ କରିଥିଲେ ହେଁ ପରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ।

Share