ଏକଦା ଓମ୍‌ ପୁରୀ-ରାଜପାଲ ଯାଦବଙ୍କ ସହ ଆଇଟମ୍‌ ନମ୍ବର କରିବାକୁ ମନା କରିଦେଇଥିଲେ ମଲ୍ଲିକା; ପରେ ଏଭଳି…

ବମ୍ବେ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ଏବେ ଲାଇମଲାଇଟ୍‌ ଦୂରରେ। କେବଳ ସୋସିଆଲ ମିଡିଆ ଜରିଆରେ ସେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ହେଲେ ଦିନ ଥିଲା ମଲ୍ଲିକାଙ୍କ ନାଁ ଶୁଣିବା ମାତ୍ରେ ଫ୍ୟାନ୍‌ମାନଙ୍କ ହୃଦ୍‌ସ୍ପନ୍ଦନ ବଢ଼ିଯାଉଥିଲା। ତାଙ୍କ ଫିଲ୍ମ ଆସିବା କଥା ଶୁଣିବା ପରଠାରୁ ରିଲିଜ୍‌ ହେବାର ଦିନ ଗଣୁଥିଲେ ପ୍ରଶଂସକ।

ମଲ୍ଲିକା ଫିଲ୍ମ ‘ଡାର୍ଟି ପଲିଟିକ୍ସ’ରେ ଅନୋଖି ଦେବୀ ଭୂମିକାରେ ନଜର ଆସିଥିଲେ। ଫିଲ୍ମରେ ଲିଡ୍‌ ରୋଲ୍‌ରେ ଥିଲେ ଓମ୍‌ ପୁରୀ। ତାଙ୍କ ସହ ମଲ୍ଲିକାଙ୍କ ବହୁତ ଇଣ୍ଟିମେଣ୍ଟ ସିନ୍‌ ଦେଖିବାକୁ ମିଳିଥିଲା। ହେଲେ ଆପଣ ଜାଣି ଚକିତ ହେବେ ମଲିକା ଓମ୍‌ ପୁରୀଙ୍କ ସହ ଅନ୍ୟ ଏକ ଫିଲ୍ମରେ ଆଇଟମ୍‌ ନମ୍ବର କରିବାକୁ ମନା କରିଥିଲେ। କେବଳ ତାଙ୍କ ସହ ନୁହେଁ ଗୁଲସନ ଗ୍ରୋଭର, ରାଜପାଲ ଯାଦବଙ୍କ ସହ ମଧ୍ୟ ଶୁଟିଂ କରିବାକୁ ମନା କରିଥିଲେ।

ମଲ୍ଲିକାଙ୍କୁ ଫିଲ୍ମ ‘ବିନ୍‌ ବୁଲାଏ ବାରାତି’ରେ ଆଇଟମ୍‌ ନମ୍ବର ଶୁଟିଂ କରିବାକୁ ଅଫର ମିଳିଥିଲା। ଏଥିରେ ଗୁଲସନ, ରାଜପାଲ, ମୁକେଶ ତିଓ୍ବାରୀ ଓ ଜନି ଲିଭର ମଧ୍ୟ ଥିଲେ। ସେମାନେ ନ ନାଚି ମଲ୍ଲିକାଙ୍କୁ କେବଳ ଦେଖିବେ ବୋଲି ନିଶ୍ଚିତ ହୋଇଥିଲା। ହେଲେ ମଲ୍ଲିକା ଏକୁଟିଆ ଏହାକୁ ଶୁଟିଂ କରିବେ ବାଲି ସଫାସଫା କହି ଦେଇଥିଲେ।

ସମସ୍ତ ଅଭିନେତା ମଲ୍ଲିକାଙ୍କ ସହ ଆଇଟମ୍‌ ନମ୍ବର ଶୁଟିଂ କରିବେ ବୋଲି ଭାବି ସେଟ୍‌ରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସବୁକିଛି ଓଲଟା ହୋଇଥିଲା। ମଲ୍ଲିକା ଏକୁଟିଆ ଶୁଟିଂ କରିଥିବା ଜଣାପଡ଼ିଥିଲା। ଶେଷରେ ଏହି ଗୀତକୁ ମଲ୍ଲିକା ଏବଂ ଅଭିନେତାମାନେ ଅଲଗା ଅଲଗା ଶୁଟିଂ କରିଥିଲେ। ପରେ ଏହାକୁ ଯୋଡ଼ା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri