ଏକଦା ଓମ୍‌ ପୁରୀ-ରାଜପାଲ ଯାଦବଙ୍କ ସହ ଆଇଟମ୍‌ ନମ୍ବର କରିବାକୁ ମନା କରିଦେଇଥିଲେ ମଲ୍ଲିକା; ପରେ ଏଭଳି…

ବମ୍ବେ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ଏବେ ଲାଇମଲାଇଟ୍‌ ଦୂରରେ। କେବଳ ସୋସିଆଲ ମିଡିଆ ଜରିଆରେ ସେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ହେଲେ ଦିନ ଥିଲା ମଲ୍ଲିକାଙ୍କ ନାଁ ଶୁଣିବା ମାତ୍ରେ ଫ୍ୟାନ୍‌ମାନଙ୍କ ହୃଦ୍‌ସ୍ପନ୍ଦନ ବଢ଼ିଯାଉଥିଲା। ତାଙ୍କ ଫିଲ୍ମ ଆସିବା କଥା ଶୁଣିବା ପରଠାରୁ ରିଲିଜ୍‌ ହେବାର ଦିନ ଗଣୁଥିଲେ ପ୍ରଶଂସକ।

ମଲ୍ଲିକା ଫିଲ୍ମ ‘ଡାର୍ଟି ପଲିଟିକ୍ସ’ରେ ଅନୋଖି ଦେବୀ ଭୂମିକାରେ ନଜର ଆସିଥିଲେ। ଫିଲ୍ମରେ ଲିଡ୍‌ ରୋଲ୍‌ରେ ଥିଲେ ଓମ୍‌ ପୁରୀ। ତାଙ୍କ ସହ ମଲ୍ଲିକାଙ୍କ ବହୁତ ଇଣ୍ଟିମେଣ୍ଟ ସିନ୍‌ ଦେଖିବାକୁ ମିଳିଥିଲା। ହେଲେ ଆପଣ ଜାଣି ଚକିତ ହେବେ ମଲିକା ଓମ୍‌ ପୁରୀଙ୍କ ସହ ଅନ୍ୟ ଏକ ଫିଲ୍ମରେ ଆଇଟମ୍‌ ନମ୍ବର କରିବାକୁ ମନା କରିଥିଲେ। କେବଳ ତାଙ୍କ ସହ ନୁହେଁ ଗୁଲସନ ଗ୍ରୋଭର, ରାଜପାଲ ଯାଦବଙ୍କ ସହ ମଧ୍ୟ ଶୁଟିଂ କରିବାକୁ ମନା କରିଥିଲେ।

ମଲ୍ଲିକାଙ୍କୁ ଫିଲ୍ମ ‘ବିନ୍‌ ବୁଲାଏ ବାରାତି’ରେ ଆଇଟମ୍‌ ନମ୍ବର ଶୁଟିଂ କରିବାକୁ ଅଫର ମିଳିଥିଲା। ଏଥିରେ ଗୁଲସନ, ରାଜପାଲ, ମୁକେଶ ତିଓ୍ବାରୀ ଓ ଜନି ଲିଭର ମଧ୍ୟ ଥିଲେ। ସେମାନେ ନ ନାଚି ମଲ୍ଲିକାଙ୍କୁ କେବଳ ଦେଖିବେ ବୋଲି ନିଶ୍ଚିତ ହୋଇଥିଲା। ହେଲେ ମଲ୍ଲିକା ଏକୁଟିଆ ଏହାକୁ ଶୁଟିଂ କରିବେ ବାଲି ସଫାସଫା କହି ଦେଇଥିଲେ।

ସମସ୍ତ ଅଭିନେତା ମଲ୍ଲିକାଙ୍କ ସହ ଆଇଟମ୍‌ ନମ୍ବର ଶୁଟିଂ କରିବେ ବୋଲି ଭାବି ସେଟ୍‌ରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସବୁକିଛି ଓଲଟା ହୋଇଥିଲା। ମଲ୍ଲିକା ଏକୁଟିଆ ଶୁଟିଂ କରିଥିବା ଜଣାପଡ଼ିଥିଲା। ଶେଷରେ ଏହି ଗୀତକୁ ମଲ୍ଲିକା ଏବଂ ଅଭିନେତାମାନେ ଅଲଗା ଅଲଗା ଶୁଟିଂ କରିଥିଲେ। ପରେ ଏହାକୁ ଯୋଡ଼ା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri