କାମରେ ଆସୁନି ମାଲିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ

ଲାଞ୍ଜିଗଡ଼,୨୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ଲାଞ୍ଜି ପଞ୍ଚାୟତ କାଣ୍ଡମାଠାରେ ମାଲିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଆସୁନାହିଁ। ସୂଚନାନୁସାରେ ୨୦୦୩ ମସିହାରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିବାବେଳେ ୨୦୦୪ ସୁଦ୍ଧା ପ୍ରାୟ ୭୦ ପ୍ରତିଶତ ଶେଷ ହୋଇଥିଲା। ଏହା ପରଠାରୁ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡ଼ିରହିଥିଲା। ବାରମ୍ବାର ଚାଷୀମାନେ ଅଭିଯୋଗ କରିବାରୁ ୨୦୨୦ରେ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ୨୦୨୧ ଅଗଷ୍ଟ ୧ରେ ଉକ୍ତ ପ୍ରକଳ୍ପରୁ କେବଳ କାଣ୍ଡମା ଗ୍ରାମର ପ୍ରାୟ ୫୦ଏକର ଜମିକୁ ଜଳସେଚିତ ହୋଇପାରିଛି। ହେଲେ ପ୍ରକଳ୍ପ ଦ୍ୱାରା ଉପକୃତ ହେବାକୁ ଥିବା ବୁଣ୍ଡେଲ, ମୂଷାନାଳ ଗ୍ରାମର ୨୦୦ରୁ ଅଧିକ ହେକ୍ଟର ଚାଷଜମିରେ ଜଳସେଚନ ହୋଇପାରିନାହିଁ। କ୍ଷୁଦ୍ର ଜଳସେଚନ ବିଭାଗ ଆଉ ଏହି ପ୍ରକଳ୍ପକୁ ଆନ୍ତରିକତା ଦେଖାଇଲା ନାହିଁ। ଅନ୍ୟପକ୍ଷେ କଳାହାଣ୍ଡି ଜିଲା କ୍ଷୁଦ୍ର ଜଳସେଚନ କେନାଲଗୁଡ଼ିକର ଅବସ୍ଥା ଶୋଚନୀୟ। ଚଳିତ ଖରିଫରେ କେନାଲର ପଙ୍କୋଦ୍ଧାର କାମ ନ ହେବାରୁ ଗ୍ରାମବାସୀ ନିଜ ପଇସା ଓ ଶ୍ରମଦାନ କରି କେନାଲ ସଫା କରିଛନ୍ତି। ଏ ବିଷୟରେ ବିଭାଗର ଦୃଷ୍ଟି ଆକର୍ଷଣକଲେ ମଧ୍ୟ ଅଣଦେଖା କରାଯାଉଛି ବୋଲି ଚାଷୀ କୁମୁଦ ସାହୁ, ଗଗନ ସାହୁ, ପ୍ରମୋଦ ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ମୀନକେତନ ପରିଚ୍ଛା, ପୀତାମ୍ବର ଦୋରା ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ୨୦୨୩ ମେ ମାସରେ ମାଲିଗୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ଜଳସେଚନ ବ୍ୟବସ୍ଥାର ଉପଯୁକ୍ତ ପରିଚାଳନା ପାଇଁ କାଣ୍ଡମା, ବୁଣ୍ଡେଲ, ମୂଷାନାଳର ଚାଷୀଙ୍କୁ ନେଇ ପାଣିପଞ୍ଚାୟତ ଗଠନ କରାଯାଇଥିଲା। ପାଣି ପଞ୍ଚାୟତ ସଭାପତି ଓ ସମ୍ପାଦକ ଗଗନ ବିହାରୀ ସାହୁ ଗତ ଏପ୍ରିଲରେ ବିଭାଗୀୟ ଅଧିକାରୀଙ୍କୁ ମାଲିଗୁଡ଼ା ପ୍ରକଳ୍ପ କେନାଲ ପୁନରୁଦ୍ଧାର ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ୪ବର୍ଷ ହେବ କେନାଲର ପଙ୍କୋଦ୍ଧାର ପାଇଁ ଟଙ୍କା ଦିଆଯାଇ ନାହିଁ ବୋଲି ପାଣିପଞ୍ଚାୟତର ସମ୍ପାଦକ ଅଭିଯୋଗ କରିଛନ୍ତି। କଳାହାଣ୍ଡି ଜିଲାପାଳ ଏ ଦିଗରେ ଦୃଷ୍ଟିଦେବାକୁ ଅଞ୍ଚଳର ଚାଷୀ ଦାବି କରିଛନ୍ତି। ଏ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତଙ୍କୁ ପଚାରିବାରୁ କଳାହାଣ୍ଡି ଜିଲାରେ ୧୩୦ ପାଣି ପଞ୍ଚାୟତ ପାଇଁ ୭୦ରୁ ୮୦ ଲକ୍ଷ ଟଙ୍କା ରକ୍ଷଣାବେକ୍ଷଣ ଲାଗି ଅନୁଦାନ ଆସୁଥିଲେ ବି ସବୁ ଜାଗାରେ କରି ହେଉନାହିଁ। ଏହି ବର୍ଷ ଅନୁଦାନ ଆସିଲେ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?