ମହ୍ଲାରଙ୍କ ଭାଗ୍ୟ ବଦଳୁନାହିଁ

କାଳିଆପାଣି,୨୮ା୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ୍‌ ଅଧୀନ କାଳିଆପାଣି ଖଣି ଅଞ୍ଚଳ କଅଁସ ପଞ୍ଚାୟତ ବିଟସାହି ଉପରମୁଣ୍ଡ ବୁଦୁବୁଦିଆ ଜଙ୍ଗଲ କଡ଼ରେ ଚାଳଛପର, ଛିଣ୍ଡା ଜରିପାଲରେ ଝୁମ୍ପୁଡ଼ି କରି ବସବାସ କରୁଛନ୍ତି ମହ୍ଲାର ସମ୍ପ୍ରଦାୟ। ହେଲେ ସେମାନଙ୍କ ଭାଗ୍ୟ ବଦଳୁନାହିଁ। ସେମାନଙ୍କ ଅବସ୍ଥା ଅତି ଦୟନୀୟ ହୋଇପଡ଼ିଛି। ଝୁଣା, ମହୁ ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନଜୀବିକା ନିର୍ବାହ କରୁଥିବା ଏହି ପ୍ରକୃତି ପ୍ରେମୀ ମହ୍ଲାର ଜନଜାତି ସମ୍ପ୍ରଦାୟ ଅତି ସରଳ, ନିରୀହ ଓ ନିଷ୍କପଟ ମଣିଷ ଭାବେ ବେଶ ଜଣାଶୁଣା। ସେମାନଙ୍କୁ ସୁକିନ୍ଦା ସୌରିକ ଅଞ୍ଚଳର ମୂଳଦାୟାଦ ଭାବେ କହିଲେ ଅତ୍ୟୁକ୍ତି ହେବନାହିଁ। ଖଣିପାଇଁ ଜୀବନଜୀବିକା ବଂଶଜ ସବୁ ଉଜୁଡ଼ିଯାଇଥିବାବେଳେ କେବଳ ଜଙ୍ଗଲକୁ ଭଲପାଇ ସେମାନେ ବଞ୍ଚତ୍ ରହିଛନ୍ତି। ଏବେ କେତୋଟି ହାତଗଣତି ମହ୍ଲାର ପରିବାର ରହିଛନ୍ତି। ଅନାହାର, ଅପପୁଷ୍ଟି ଓ ଦୁରାରୋଗ୍ୟବ୍ୟାଧିରେ ଶିକାର ହୋଇ ଏଜାତି ସୁକିନ୍ଦାରୁ ଲୋପ ପାଇବାରେ ଲାଗିଛି। ଖଣି ଆରମ୍ଭ ପୂର୍ବରୁ ରଁାସୋଳ ପଞ୍ଚାୟତ (ଏବେର ଟାଟା ମୁଖ୍ୟ ଫାଟକ ସମ୍ମୁଖ)ରେ ୫୦ରୁ ଊର୍ଦ୍ଧ୍ୱ ପରିବାର ଘର କରି ଚଳି ଆସୁଥିଲେ। ଖଣିଜ ସମ୍ପଦ ଗଚ୍ଛିତ ଥିବା ସ୍ଥାନ ସର୍ବେକ୍ଷଣ ଓ ସଂସ୍ଥା ଚି଼ହ୍ନଟବେଳେ ବିଭିନ୍ନ ରାଜ୍ୟରୁ ଅଣଓଡ଼ିଆ କର୍ମଚାରୀ ଅଞ୍ଚଳକୁ ଯେତେବେଳେ ଆସିଥିଲେ ସେତେବେଳେ ଘଞ୍ଚ ଜଙ୍ଗଲ ସହିତ ହିଂସ୍ର ଜନ୍ତୁଙ୍କର ଭୟ ରହିଥିଲା। ତେଣୁ ଜଙ୍ଗଲରେ ରହିବାର କୌଣସି ଭରସା ନ ଥିବାରୁ ସେମାନେ ମହ୍ଲାରଙ୍କ ବାସସ୍ଥାନ ସଂଲଗ୍ନରେ ତମ୍ବୁ ପକାଇ ରହି ଅଞ୍ଚଳରେ ଗଚ୍ଛିତ ଥିବା କ୍ରୋମାଇଟର ସନ୍ଧାନ କରିଥିଲେ। ସମୟ ପରିବର୍ତ୍ତନ ସହ ତାଙ୍କ ଜାଗାରେ ମାଙ୍କେଡ଼ିଆ ଏବେ ସ୍ଥାୟୀ ଅଧିବାସୀ। ଆଉ କିଛି ବାହାର ଅଞ୍ଚଳ ଲୋକଙ୍କ ଦ୍ୱାରା ଉକ୍ତ ସ୍ଥାନ ଜବରଦଖଲ ହୋଇଛି। ଏଠାରେ ସେମାନେ ଘର ନିର୍ମାଣ ସହ ସ୍ଥାୟୀ ଅଧିବାସୀଭାବେ ନିଜକୁ ସାବ୍ୟସ୍ତ କରୁଛନ୍ତି। ଚିଙ୍ଗୁଡ଼ିପାଳ ଓ କଅଁସଠାରେ ଏବେ ବଞ୍ଚତ୍ ରହିଥିବା ୨୦ରୁ୨୫ ପରିବାରଙ୍କ ଅବସ୍ଥା ଯେ, କେହି ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ସେଥିରୁ କଅଁସଠାରେ ଥିବା ୮-୧୦ଟି ପରିବାରଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଏଠାରେ ଥିବା ୮୦ ବର୍ଷୀୟା ଲଳିତା ଦେହୁରି ଓ ୭୦ ବାର୍ଷୀୟା ସଉରୀ ପଧାନଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା କିମ୍ବା ବାର୍ଦ୍ଧକ୍ୟ ଭତ୍ତା ମିଳିପାରିନାହିଁ। ମାତ୍ର ୪ ପରିବାରକୁ କେବଳ ଚାଉଳ ୧୦ କେଜି ଲେଖାଏ ମିଳୁଛି। ଆହୁରି ଅନେକ ଲୋକ ସରକାରୀ ସହାୟତା ଅପେକ୍ଷାରେ ଭୋକ ଉପାସରେ ରହିଛନ୍ତି। ତେଣୁ ସେମାନଙ୍କ ସମସ୍ୟା ପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବିଡିଓ ନମ୍ରତା ମୋଦିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri