ପୁରୁଷ ଶୁକ୍ରାଣୁ ହ୍ରାସର କାରଣ, ଉପଚାର

ଆଜିକାଲି ଅନେକ ଦମ୍ପତିି ସନ୍ତାନ ଲାଭ ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତିି। ବର୍ତ୍ତମାନ ବନ୍ଧ୍ୟାକରଣ ଏକ ବିଶ୍ୱ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି। ଲକ୍ଷ ଲକ୍ଷ ଦମ୍ପତି ବନ୍ଧ୍ୟାତ୍ୱର ଶିକାର ହେଉଛନ୍ତି। ଦାମ୍ପତ୍ୟ ଜୀବନରେ କେବଳ ମହିଳା ନୁହନ୍ତି ଲକ୍ଷ ଲକ୍ଷ ପୁରୁଷ ମଧ୍ୟ ଏହି ବନ୍ଧ୍ୟାତ୍ୱର ଶିକାର ହୋଇଥାନ୍ତି ବୋଲି ଜଣାପଡ଼ିଛି।
ହ୍ୟୁମାନ ରିପ୍ରଡକ୍ସନ ଅପ୍‌ଡେଟ୍‌ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିଶ୍ୱରେ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟାରେ ୫୦ ପ୍ରତିଶତ ହ୍ରାସ ଘଟିଛି, ଯେଉଁଥିରେ ଭାରତୀୟ ପୁରୁଷମାନଙ୍କ ମଧ୍ୟରେ ଅଧିକ ବନ୍ଧ୍ୟାତ୍ୱ ରହିଛି। ଶୁକ୍ରାଣୁ ସଂଖ୍ୟା ହ୍ରାସ ହେବା କିଛି ନୂଆ ନୁହେଁ। ଆମେ ଦୀର୍ଘ ଦଶନ୍ଧି ଧରି ଏହି ହ୍ରାସର ସାକ୍ଷୀ ରହିଛୁ ଏବଂ ବର୍ତ୍ତମାନର ତଥ୍ୟ ଅନୁଯାୟୀ ପୁରୁଷ ପ୍ରଜନନ ସମସ୍ୟା ପ୍ରସଙ୍ଗକୁ ମଧ୍ୟ ସମାନ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି।
ଏହି ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇବା ପଛରେ କିଛି କାରଣ ମଧ୍ୟ ରହିଛି, ଯଥା- ନିଜ ପସନ୍ଦର ଜୀବନଶୈଳୀ ଏବଂ ପରିବେଶରେ ଥିବା ରାସାୟନିକ ପଦାର୍ଥ। ନିଜ ପସନ୍ଦର ଜୀବନଶୈଳୀ- ଅନୁପଯୁକ୍ତ ଖାଦ୍ୟ, ଠିକ୍‌ ସମୟରେ ନ ଶୋଇବା, ଧୂମପାନ, ମଦ୍ୟପାନ କିମ୍ବା ଡ୍ରଗ୍ସ ସେବନ, ବାୟୁରେ ଥିବା ବିଷାକ୍ତ ଗ୍ୟାସ୍‌, ମୋବାଇଲ୍‌ ଓ ଲାପ୍‌ଟପ୍‌ର ରଶ୍ମି, ପ୍ଲାଷ୍ଟିକ୍‌ ପଦାର୍ଥ କିମ୍ବା ଆମ ଖାଦ୍ୟରେ ଥିବା କୀଟନାଶକ ବ୍ୟତୀତ ପରିବେଶରେ ଥିବା ରାସାୟନିକ ପଦାର୍ଥର ଏହି ପରିସର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ବର୍ତ୍ତମାନ ସମୟରେ କୃତ୍ରିମ ଭାବରେ ମାଂସପେଶୀକୁ ବଢ଼ାଇବା ପାଇଁ ନିଆଯାଉଥିବା ଆନାବୋଲିକ୍‌ ଷ୍ଟେରଏଡ୍‌ ଦ୍ୱାରା ମଧ୍ୟ ଶୁକ୍ରାଣୁ ସଂଖ୍ୟାରେ ହ୍ରାସ ଘଟିଥାଏ।
ବର୍ତ୍ତମାନ ସମୟରେ ଯୁବକମାନେ ଶରୀରର ମାଂସପେଶୀକୁ ବଢ଼ାଇବା ପାଇଁ ଆନାବୋଲିକ୍‌ ଷ୍ଟେରଏଡ୍‌ ପରି ପରିପୂରକ ପନ୍ଥା ଗ୍ରହଣ କରୁଛନ୍ତିି। ଆନାବୋଲିକ୍‌ ଷ୍ଟେରଏଡ୍‌ଗୁଡ଼ିକ ହେଉଛି କୃତ୍ରିମ ଭାବରେ ପ୍ରସ୍ତୁତ ହରମୋନ୍‌, ଯାହା ଶରୀରରେ ପ୍ରାକୃତିକ ପୁରୁଷ ହରମୋନ୍‌ ଟେଷ୍ଟୋଷ୍ଟେରନ୍‌ (ଶୁକ୍ରାଣୁ ଉପତ୍ାଦନ ପାଇଁ ଆବଶ୍ୟକ) ପରି କାର୍ଯ୍ୟ କରିଥାଏ। ସିନ୍ଥେଟିକ୍‌ ଟେଷ୍ଟୋଷ୍ଟେରନ୍‌ (ଆନାବୋଲିକ୍‌ ଷ୍ଟେରଏଡ୍‌) ନେବା ଦ୍ୱାରା ମସ୍ତିଷ୍କ ଶରୀରରେ ଯଥେଷ୍ଟ ପରିମାଣର ଟେଷ୍ଟୋଷ୍ଟେରନ୍‌ ତଥା ଶୁକ୍ରାଣୁର ପ୍ରାକୃତିକ ଉପତ୍ାଦନ ପାଇଁ ଆବଶ୍ୟକ ହେଉଥିବା ସଙ୍କେତକୁ ବନ୍ଦ କରିଦିଏ। ତେଣୁ ଏହା କମ୍‌ ଏବଂ କେତେକଙ୍କ କ୍ଷେତ୍ରରେ ଶୁକ୍ରାଣୁ ସଂଖ୍ୟା ଶୂନ୍ୟ ମଧ୍ୟ କରାଇଥାଏ। ଯଦିଓ ଅନେକ କ୍ଷେତ୍ରରେ ଷ୍ଟେରଏଡ୍‌ ନେବା ବନ୍ଦ କରିବା ପରେ ୭ ରୁ ୧୨ ମାସ ମଧ୍ୟରେ ପୁଣି ଶୁକ୍ରାଣୁ ଉପତ୍ାଦନ ହୋଇଥାଏ, କିନ୍ତୁ ବେଳେବେଳେ ଏହାର ଅଧିକ ପ୍ରଭାବ ଯୋଗୁ ଶୁକ୍ରାଣୁ ଉପତ୍ାଦନ କ୍ଷମତା ହରାଇବା ସହ ବନ୍ଧ୍ୟାତ୍ୱ ମଧ୍ୟ ହୋଇଥାଏ। ସେହିଭଳି ବର୍ତ୍ତମାନ ଜୀବନଶୈଳୀରେ ବ୍ୟବହୃତ ପ୍ଲାଷ୍ଟିକ୍‌ ପାଣିବୋତଲ ଓ ଖାଦ୍ୟ ପାତ୍ରରେ ଥିବା ପ୍ଲାଷ୍ଟିସାଇଜର୍‌ ଟେଷ୍ଟୋଷ୍ଟେରନ୍‌ ଏବଂ ଶୁକ୍ରାଣୁ ଉପରେ ନକାରାମତ୍କ ପ୍ରଭାବ ପକାଇଥାଏ। ହର୍ବିସାଇଡ୍‌ ଏବଂ ପେଷ୍ଟିସାଇଡ୍‌ରେ ଜୈବ ସିନ୍ଥେଟିକ୍‌ ଅଧିକ ମାତ୍ରାରେ ଥାଏ ଏବଂ ଏଥିରେ ଥିବା ଫସ୍‌ଫରସ୍‌ ପୁରୁଷମାନଙ୍କ ଶୁକ୍ରାଣୁ ସଂଖ୍ୟାକୁ କମାଇଥାଏ। ବାୟୁ ପ୍ରଦୂଷଣ, ସଲ୍‌ଫର ଡାଇଅକ୍ସାଇଡ୍‌, ନାଇଟ୍ରୋଜେନ୍‌ ଅକ୍ସାଇଡ୍‌, ଅନ୍ୟାନ୍ୟ ଯୌଗିକ ପଦାର୍ଥ ଶୁକ୍ରାଣୁର ଗୁଣବତ୍ତା କମାଇଥାଏ। ଖାଦ୍ୟ, ଜଳ ଏବଂ କସ୍‌ମେଟିକ୍‌ରେ ଥିବା କାଡ୍‌ମିୟମ, ସୀସା ଏବଂ ଆର୍ସେନିକ୍‌ ଭଳି ଧାତୁ ମଧ୍ୟ ଶରୀରର ଶୁକ୍ରାଣୁକୁ କ୍ଷତି ପହଞ୍ଚାଇଥାଏ।
ଠିକ୍‌ ଜୀବନଶୈଳୀ ଆପଣେଇବା ଦ୍ୱାରା ଶରୀରରେ ସୁସ୍ଥ ଶୁକ୍ରାଣୁ ହୋଇପାରିବ। ଜୀବନଶୈଳୀରେ ଟିକିଏ ପରିବର୍ତ୍ତନ ଯେପରିକି ଜଙ୍କ୍‌ଫୁଡ୍‌, ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା, ଠିକ୍‌ ସମୟରେ ବିଶ୍ରାମ ନେବା, କମ୍‌ ଚିନ୍ତା କରିବା ଏବଂ ନିୟମିତ ବ୍ୟାୟାମ କରିବା ଦ୍ୱାରା ଜଣଙ୍କ ଶୁକ୍ରାଣୁର ସଂଖ୍ୟା ତଥା ଗୁଣରେ ଉନ୍ନତି ହୋଇଥାଏ। ଆହୁରି ମଧ୍ୟ ପ୍ଲାଷ୍ଟିକ୍‌ ବ୍ୟବହାରକୁ କମ୍‌ କରିବା, ଜୈବିକ ଖାଦ୍ୟ ପଦାର୍ଥ ଖାଇବା, ଫୋନ୍‌ ଏବଂ ଲାପ୍‌ଟପ୍‌ ବ୍ୟବହାର କମ୍‌ କରିବା, ବାହାରକୁ ଯିବା ସମୟରେ ମାସ୍କ ବ୍ୟବହାର କରିବା ଦ୍ୱାରା ପୁରୁଷମାନଙ୍କ ବନ୍ଧ୍ୟାତ୍ୱକୁ ରୋକାଯାଇପାରିବ। ଶୁକ୍ରାଣୁ ସଂଖ୍ୟା ହ୍ରାସ ଲକ୍ଷଣକୁ ଏଡ଼ାଇବା ଉଚିତ୍‌ ନୁହେଁ। ଯଦି ଯୌନ କାର୍ଯ୍ୟରେ ସମସ୍ୟା ଭଳି ଲକ୍ଷଣ ଯେପରିକି ଯୌନ କାର୍ଯ୍ୟରେ ଇଚ୍ଛା କମିଯିବା, ଯୌନ ଅକ୍ଷମତା, ଯୌନାଙ୍ଗରେ ଯନ୍ତ୍ରଣା ହେବା କିମ୍ବା ଫୁଲିବା, ମୁହଁ କିମ୍ବା ଶରୀରରେ କେଶ ହ୍ରାସ ପାଇବା ଏବଂ କ୍ରୋମୋଜୋମ୍‌ କିମ୍ବା ହରମୋନ୍‌ର ଅନ୍ୟାନ୍ୟ ଅସ୍ବାଭାବିକ ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ।

ଡା. ସୁଜାତା କର
-ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ,
କର କ୍ଲିନିକ ଆଇଭିଏଫ ସେଣ୍ଟର,
ଏ-୩୨, ୟୁନିଟ୍‌-୪, ଭୁବନେଶ୍ୱର
ମୋ: ୯୪୩୮୪୮୮୧୧୧


Enter your email to get our daily news in your inbox.

All Right Reserved By Dharitri.Com

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?