ପୁରୁଷ ବନ୍ଧ୍ୟାତ୍ୱ

ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ଜୀବନରେ ସନ୍ତାନଟିଏ ନିହାତି କାମ୍ୟ। ଏପରି କେତେକ ଦମ୍ପତି ଅଛନ୍ତି ଯେଉଁମାନଙ୍କ ପାଇଁ ସନ୍ତାନଟିଏ ଜନ୍ମ ଦେବା ସମ୍ଭବ ହୁଏନାହିଁ। ଏଥିପାଇଁ ଅନେକ ଦମ୍ପତି ମାନସିକ ଅଶାନ୍ତି ଭୋଗ କରନ୍ତି। ସମସ୍ତ ସୁଖ ସୁବିଧା ଥାଇ ଯଦି ସନ୍ତାନଟିଏ ନ ହେଲା ତେବେ ବଂଶରକ୍ଷାଠାରୁ ଆରମ୍ଭ କରି ଜୀବନର ପୂର୍ଣ୍ଣତା ଓ ସାମାଜିକ ସ୍ଥିତି ନିନ୍ଦନୀୟ ହୋଇପଡେ। ଏଥିପାଇଁ ଅନେକ ଅନ୍ଧାଦୁନିଆ ବିଚାରରେ କେବଳ ସ୍ତ୍ରୀକୁ ହିଁ ଦାୟୀ କରାଯାଏ। କିନ୍ତୁ ସ୍ତ୍ରୀ ଓ ପୁରୁଷ ଉଭୟଙ୍କର ଯୌନାଚାର ଠିକ୍‌ ଥିଲେ ମଧ୍ୟ ସନ୍ତାନ ସୃଷ୍ଟି କ୍ଷମତା ନ ଥାଏ। ପୁରୁଷ ବନ୍ଧ୍ୟାତ୍ୱ ଦୋଷକୁ ଏପରି ହୋଇପାରେ। କାରଣ ସନ୍ତାନ ଜନ୍ମ ପାଇଁ ପୁରୁଷର କେତେକ ମୌଳିକ କ୍ଷମତା ବିଶେଷ ଭାବରେ ଦାୟୀ। ଯଦି ଏହି ମୌଳିକ କ୍ଷମତା ପୁରୁଷର ନ ଥାଏ ତେବେ ସ୍ତ୍ରୀର ସ୍ବାସ୍ଥ୍ୟ ସବୁଦିଗରୁ ଠିକ୍‌ ଥିଲେ ମଧ୍ୟ ସନ୍ତାନ ସମ୍ଭବ ହୋଇପାରେ ନାହିଁ। କିନ୍ତୁ ଆମ ପୁରୁଷ ପ୍ରଧାନ ସମାଜରେ ଏହି ପୁରୁଷତ୍ୱ ବିଷୟ ଅନାଲୋଚିତ ଓ ଅନାବିଷ୍କୃତ ହୋଇ ରହିଥାଏ। ଶେଷରେ ସବୁଦୋଷ ବିଚାରୀ ସ୍ତ୍ରୀ ମୁଣ୍ଡରେ ଲଦି ଦିଆଯାଏ। ତେଣୁ ବିବାହ ପରେ ଉପଯୁକ୍ତ ସମୟରେ ସନ୍ତାନଟିଏ ନ ହେଲେ ପାରିବାରିକ ଅଶାନ୍ତି ସୃଷ୍ଟି ହୋଇଥାଏ।
ଏକ ମିଲିିମିଟର ଧାତୁରେ ଛଅକୋଟି ଶୁକ୍ରାଣୁ ଥିବା ଜଣାଯାଏ, ତେବେ ଏହାକୁ ସ୍ବଚ୍ଛ ଶୁକ୍ରାଣୁ ବା ‘Oligaspermia’ ରୋଗ କୁହାଯାଏ। ଏହି ପରିସ୍ଥିତିରେ ଯେତେ ସ୍ତ୍ରୀ ସହବାସ କଲେ ମଧ୍ୟ ଗର୍ଭ ସଞ୍ଚାର ହୁଏ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗର୍ଭ ସଞ୍ଚାର ପାଇଁ ଗୋଟିଏ ଶୁକ୍ରାଣୁ ହିଁ ଯଥେଷ୍ଟ, କିନ୍ତୁ ଏହା ସ୍ତ୍ରୀର ଡିମ୍ବାଣୁ ସହିତ ମିଳିତ ହୋଇ ଗର୍ଭାଶୟରେ ପହଞ୍ଚତ୍ଲା ପରେ ଗର୍ଭ ସଞ୍ଚାର ହୁଏ। ଯଦି ତା’ ନ ହୁଏ ତେବେ ଶୁକ୍ରାଣୁଗୁଡିକ ସ୍ତ୍ରୀର ଗର୍ଭାଶୟ ବାହାରେ ରହି ନଷ୍ଟ ହୋଇଯାଏ। ଯେଉଁ ପୁରୁଷର ଧାତୁରେ ହାରାହାରି ସାତକୋଟିରୁ ପନ୍ଦରକୋଟି ପର୍ଯ୍ୟନ୍ତ ଶୁକ୍ରାଣୁ ଥିଲେ ସେଥିମଧ୍ୟରୁ ଗୋଟିଏ ଶୁକ୍ରାଣୁ ଯଦି ଡିମ୍ବାଣୁ ସହ ମିଳିତ ହୋଇ ଗର୍ଭାଶୟକୁ ଯାଏ ତେବେ ଗର୍ଭ ସଞ୍ଚାର ହୋଇଥାଏ। ଯେଉଁ ପୁରୁଷ ଧାତୁରେ ଆଦୌ ଶୁକ୍ରାଣୁ ନ ଥାଏ ସେ ପୁରୁଷକୁ ଶୁକ୍ରାଣୁହୀନତା ରୋଗ ବା ‘Azoospermia’ ହୋଇଛି ବୋଲି ଜଣାଯାଏ। ଏହା ପାଥୋଲୋଜି ବା ନିଦାନତତ୍ତ୍ୱ ଦ୍ୱାରା ଜାଣିହୁଏ। ତେବେ ଏଥିପାଇଁ ଆୟୁର୍ବେଦୀୟ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରି ଔଷଧ ସେବନ କଲେ ସନ୍ତାନ ହେବାର ସମ୍ଭାବନା ରହିଛି।

ଡା. ଦୀନବନ୍ଧୁ ମହାରଣା
-ଯୌନରୋଗ ବିଶେଷଜ୍ଞ, ରୁମ୍‌ ନଂ୧୧୧
ମ୍ୟୁନିସିପାଲିଟି ମାର୍କେଟ, ଓଏମପି ଛକ କଟକ, ମୋ: ୯୪୩୭୦୪୩୧୦୩


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri