ପୁରୁଷ ବନ୍ଧ୍ୟାତ୍ୱ

ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ଜୀବନରେ ସନ୍ତାନଟିଏ ନିହାତି କାମ୍ୟ। ଏପରି କେତେକ ଦମ୍ପତି ଅଛନ୍ତି ଯେଉଁମାନଙ୍କ ପାଇଁ ସନ୍ତାନଟିଏ ଜନ୍ମ ଦେବା ସମ୍ଭବ ହୁଏନାହିଁ। ଏଥିପାଇଁ ଅନେକ ଦମ୍ପତି ମାନସିକ ଅଶାନ୍ତି ଭୋଗ କରନ୍ତି। ସମସ୍ତ ସୁଖ ସୁବିଧା ଥାଇ ଯଦି ସନ୍ତାନଟିଏ ନ ହେଲା ତେବେ ବଂଶରକ୍ଷାଠାରୁ ଆରମ୍ଭ କରି ଜୀବନର ପୂର୍ଣ୍ଣତା ଓ ସାମାଜିକ ସ୍ଥିତି ନିନ୍ଦନୀୟ ହୋଇପଡେ। ଏଥିପାଇଁ ଅନେକ ଅନ୍ଧାଦୁନିଆ ବିଚାରରେ କେବଳ ସ୍ତ୍ରୀକୁ ହିଁ ଦାୟୀ କରାଯାଏ। କିନ୍ତୁ ସ୍ତ୍ରୀ ଓ ପୁରୁଷ ଉଭୟଙ୍କର ଯୌନାଚାର ଠିକ୍‌ ଥିଲେ ମଧ୍ୟ ସନ୍ତାନ ସୃଷ୍ଟି କ୍ଷମତା ନ ଥାଏ। ପୁରୁଷ ବନ୍ଧ୍ୟାତ୍ୱ ଦୋଷକୁ ଏପରି ହୋଇପାରେ। କାରଣ ସନ୍ତାନ ଜନ୍ମ ପାଇଁ ପୁରୁଷର କେତେକ ମୌଳିକ କ୍ଷମତା ବିଶେଷ ଭାବରେ ଦାୟୀ। ଯଦି ଏହି ମୌଳିକ କ୍ଷମତା ପୁରୁଷର ନ ଥାଏ ତେବେ ସ୍ତ୍ରୀର ସ୍ବାସ୍ଥ୍ୟ ସବୁଦିଗରୁ ଠିକ୍‌ ଥିଲେ ମଧ୍ୟ ସନ୍ତାନ ସମ୍ଭବ ହୋଇପାରେ ନାହିଁ। କିନ୍ତୁ ଆମ ପୁରୁଷ ପ୍ରଧାନ ସମାଜରେ ଏହି ପୁରୁଷତ୍ୱ ବିଷୟ ଅନାଲୋଚିତ ଓ ଅନାବିଷ୍କୃତ ହୋଇ ରହିଥାଏ। ଶେଷରେ ସବୁଦୋଷ ବିଚାରୀ ସ୍ତ୍ରୀ ମୁଣ୍ଡରେ ଲଦି ଦିଆଯାଏ। ତେଣୁ ବିବାହ ପରେ ଉପଯୁକ୍ତ ସମୟରେ ସନ୍ତାନଟିଏ ନ ହେଲେ ପାରିବାରିକ ଅଶାନ୍ତି ସୃଷ୍ଟି ହୋଇଥାଏ।
ଏକ ମିଲିିମିଟର ଧାତୁରେ ଛଅକୋଟି ଶୁକ୍ରାଣୁ ଥିବା ଜଣାଯାଏ, ତେବେ ଏହାକୁ ସ୍ବଚ୍ଛ ଶୁକ୍ରାଣୁ ବା ‘Oligaspermia’ ରୋଗ କୁହାଯାଏ। ଏହି ପରିସ୍ଥିତିରେ ଯେତେ ସ୍ତ୍ରୀ ସହବାସ କଲେ ମଧ୍ୟ ଗର୍ଭ ସଞ୍ଚାର ହୁଏ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗର୍ଭ ସଞ୍ଚାର ପାଇଁ ଗୋଟିଏ ଶୁକ୍ରାଣୁ ହିଁ ଯଥେଷ୍ଟ, କିନ୍ତୁ ଏହା ସ୍ତ୍ରୀର ଡିମ୍ବାଣୁ ସହିତ ମିଳିତ ହୋଇ ଗର୍ଭାଶୟରେ ପହଞ୍ଚତ୍ଲା ପରେ ଗର୍ଭ ସଞ୍ଚାର ହୁଏ। ଯଦି ତା’ ନ ହୁଏ ତେବେ ଶୁକ୍ରାଣୁଗୁଡିକ ସ୍ତ୍ରୀର ଗର୍ଭାଶୟ ବାହାରେ ରହି ନଷ୍ଟ ହୋଇଯାଏ। ଯେଉଁ ପୁରୁଷର ଧାତୁରେ ହାରାହାରି ସାତକୋଟିରୁ ପନ୍ଦରକୋଟି ପର୍ଯ୍ୟନ୍ତ ଶୁକ୍ରାଣୁ ଥିଲେ ସେଥିମଧ୍ୟରୁ ଗୋଟିଏ ଶୁକ୍ରାଣୁ ଯଦି ଡିମ୍ବାଣୁ ସହ ମିଳିତ ହୋଇ ଗର୍ଭାଶୟକୁ ଯାଏ ତେବେ ଗର୍ଭ ସଞ୍ଚାର ହୋଇଥାଏ। ଯେଉଁ ପୁରୁଷ ଧାତୁରେ ଆଦୌ ଶୁକ୍ରାଣୁ ନ ଥାଏ ସେ ପୁରୁଷକୁ ଶୁକ୍ରାଣୁହୀନତା ରୋଗ ବା ‘Azoospermia’ ହୋଇଛି ବୋଲି ଜଣାଯାଏ। ଏହା ପାଥୋଲୋଜି ବା ନିଦାନତତ୍ତ୍ୱ ଦ୍ୱାରା ଜାଣିହୁଏ। ତେବେ ଏଥିପାଇଁ ଆୟୁର୍ବେଦୀୟ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରି ଔଷଧ ସେବନ କଲେ ସନ୍ତାନ ହେବାର ସମ୍ଭାବନା ରହିଛି।

ଡା. ଦୀନବନ୍ଧୁ ମହାରଣା
-ଯୌନରୋଗ ବିଶେଷଜ୍ଞ, ରୁମ୍‌ ନଂ୧୧୧
ମ୍ୟୁନିସିପାଲିଟି ମାର୍କେଟ, ଓଏମପି ଛକ କଟକ, ମୋ: ୯୪୩୭୦୪୩୧୦୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri