Posted inଖେଳ

ପୁରୁଷ ୪X୧୦୦ମି. ରିଲେରେ ଓଡ଼ିଶାକୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨।୯ (ତପନ ସ୍ବାଇଁ): ବେଙ୍ଗାଲୁରୁର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଚାଲିଥିବା ୬୩ତମ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ରବିବାର ଅନୁଷ୍ଠିତ ପୁରୁଷ ୪X୧୦୦ ମିଟର ରିଲେରେ ଓଡ଼ିଶା ସ୍ବର୍ଣ୍ଣ ପଦକ ହାସଲ କରିଛି। ଅବିନାଶ ସାହୁ, ଅନିମେଶ କୁଜୁର, ଲାଲୁ ପ୍ରସାଦ ଭୋଇ ଓ ଅମିୟ ମଲିକଙ୍କୁ ନେଇ ଗଠିତ ଓଡ଼ିଶା ଦଳ ୩୯.୬୫ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛି। ରେଲଓ୍ବେ ସ୍ପୋଟର୍‌ସ ଟିମ୍‌ ୩୯.୮୨ ଓ ସର୍ଭିସେସ ସ୍ପୋଟର୍‌ସ କଣ୍ଟ୍ରୋଲ ବୋର୍ଡ (ଏସ୍‌ଏସ୍‌ସିବି) ଦଳ ୩୯.୯୯ ସେକେଣ୍ଡ ସମୟ ସହିତ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। କେରଳ ରାଜସ୍ଥାନ, ତାମିଲନାଡ଼ୁ, ଝାଡ଼ଖଣ୍ଡ ଓ ଛତିଶଗଡ଼ ଦଳ ଯଥାକ୍ରମେ ୪ର୍ଥରୁ ୮ମ ସ୍ଥାନ ପାଇଛନ୍ତି। ଲାଲୁ ପ୍ରସାଦ ଭୋଇ ଗୋଟିଏ ଦିନ ପୂର୍ବରୁ ପୁରୁଷ ୧୦୦ ମିଟରରେ ୧୦.୪୬ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅର୍ଥାତ୍‌ ସେ ଏହି ପ୍ରତିଯୋଗିତାରୁ ଡବଲ ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ମହିଳା ୪X୧୦୦ ମିଟର ରିଲେରେ ଓଡ଼ିଶା ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି। ଶ୍ରାବଣୀ ନନ୍ଦ, ମେରୀମୁକ୍ତା ସୋରେଙ୍ଗ, ସୁଖୀ ବାସ୍କେ ଓ ବିନତି ବେହେରାଙ୍କୁ ନେଇ ଗଠିତ ଓଡ଼ିଶା ଦଳ ୪୫.୯୩ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଛି। କର୍ନାଟକ ଦଳ ୪୫.୨୧ ଓ ରେଲଓ୍ବେ ସ୍ପୋଟର୍‌ସ ଦଳ ୪୫.୨୯ ସେକେଣ୍ଡ ସହିତ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛି। ତାମିଲନାଡ଼ୁ ଓ ପଞ୍ଜାବ ଦଳକୁ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନ ମିଳିଛି।
ମହିଳା ୨୦୦ ମିଟର ରେସ୍‌ର ଫାଇନାଲରେ ପ୍ରବେଶ କରିଛନ୍ତି ଶ୍ରାବଣୀ ନନ୍ଦ। ହିଟ୍‌-୩ରେ ରେସ୍‌ କରିଥିବା ଶ୍ରାବଣୀ ୨୪.୫୦ ସେକେଣ୍ଡ ସମୟ ନେଇ ଅନ୍ୟ ୭ ପ୍ରତିଯୋଗୀଙ୍କ ସହ ଫାଇନାଲ ପାଇଁ ଯୋଗ୍ୟତା ପାଇଛନ୍ତି। ମଧ୍ୟପ୍ରଦେଶର ମଧୁମିତା ଦେବ (୨୪.୨୪), ଗୁଜରାଟର ଦେଭ୍ୟାନିବା ଜାଲା (୨୪.୩୫), ରେଲଓ୍ବେ ସ୍ପୋଟର୍‌ସର ନିଥ୍ୟା ଗାନ୍ଧେ (୨୪.୦୫), କର୍ନାଟକର କାବେରି ପାଟିଲ (୨୪.୧୬), ହରିୟାଣାର ନାନ୍‌ସି (୨୩.୯୪), ହିମାଚଳ ପ୍ରଦେଶର ସମ୍ରିତି ଜମଓ୍ବାଲ (୨୪.୦୮) ଓ ରାଜସ୍ଥାନର ଅନ୍ତାକ୍ଷରୀ (୨୪.୯୫) ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଲଙ୍ଗଜମ୍ପର ଫାଇନାଲକୁ ଉନ୍ନୀତ ହୋଇଥିଲେ ହେଁ ଓଡ଼ିଶାର ସରୁନ ପାୟାସିଂ ୭.୫୫ ମିଟର କ୍ଲିୟର କରିପାରି ୫ମ ସ୍ଥାନରେ ରହିଛନ୍ତି। ରେଲଓ୍ବେ ସ୍ପୋଟର୍‌ସର ଆର୍ଯ୍ୟ ଏସ. (୭.୮୯), କେରଳର ମହମ୍ମଦ ୟାହିୟା (୭.୭୮) ଓ ପଞ୍ଜାବର ଜଗରୂପ (୭.୬୫) ପ୍ରଥମ ତିନିସ୍ଥାନ ଅଧିକାର କରିଛନ୍ତି। ଶନିବାର ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ ମହିଳା ୧୦୦ ମିଟର ହର୍ଡଲ୍ସରେ ୧୩.୪୫ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ଜିତିଥିଲେ। ଉଭୟ ଲାଲୁ ଓ ପ୍ରଜ୍ଞା କିଟ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ଏବଂ ଓଡ଼ିଶା ରିଲାଏନ୍ସ ହାଇପରଫର୍ମାନ୍ସ ସେଣ୍ଟରର ଅଂଶବିଶେଷଭାବେ କୋଚ୍‌ ରୋହିତ ମାନେଙ୍କଠାରୁ କୋଚିଂ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri