ଛାତ୍ର ସଂସଦ ନିର୍ବାଚନ ନ ହେଲେ ରାସ୍ତାକୁ ଓହ୍ଲାଇବୁ: ଛାତ୍ର କଂଗ୍ରେସ

ଭୁବନେଶ୍ୱର, ୪।୯(ସୁନିତ୍‌ ମିଶ୍ର):ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ନ ହେବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘୋଷଣା କରିବା ଦୁର୍ଭାଗ୍ୟଜନକ। ବିଜେଡି ରାସ୍ତାରେ ଭାଜପା ସରକାର ଯାଉଥିବା ଛାତ୍ର କଂଗ୍ରେସ ସଭାପତି ଉଦିତ୍‌ ପ୍ରଧାନ ଅଭିଯୋଗ କରିଛନ୍ତି। କଂଗ୍ରେସ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଉଦିତ୍‌ କହିଛନ୍ତି, ଏଭଳି ନିଷ୍ପତ୍ତିକୁ ଛାତ୍ର କଂଗ୍ରେସ ସହ୍ୟ କରିବ ନାହିଁ। ଛାତ୍ର ସଂସଦ ନିର୍ବାଚନ ନ ହେଲେ ଛାତ୍ର କଂଗ୍ରେସ ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି।
ଉଦିତ୍‌ ଆହୁରି କହିଛନ୍ତି, ୨୦୧୭ରେ ଶେଷଥର ନିର୍ବାଚନ ହୋଇଥିଲା। ୧୮ ଅଗଷ୍ଟ ୨୦୧୭ରେ ନିର୍ବାଚନ ସିଡ୍ୟୁଲ ଘୋଷଣା କରାଯାଇଥିଲା। ୨୦୨୪ ଅଗଷ୍ଟ ୧୯ରେ ନିର୍ବାଚନ ହେବ ନାହିଁ ବୋଲି ଆଇନ ମନ୍ତ୍ରୀ ଘୋଷଣାକଲେ। ମାତ୍ର ଗୋଟିଏ ଦିନ ପରେ କହିଲେ, ନୂଆ ସରକାର, ସମୟର ଓ ପ୍ରସ୍ତୁତିର ଅଭାବ ପାଇଁ ନିର୍ବାଚନ ହୋଇପାରିବ ନାହିଁ। ମୂଳ କଥାଟି ହେଉଛି ସରକାରୀ କଳକୁ ଲଗାଇ ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ କବ୍‌ଜା କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ସେଥିପାଇଁ ଆସନ୍ତା ବର୍ଷ ନିର୍ବାଚନ କରିବା ପାଇଁ କୁହାଯାଇଛି। ହୁଏତ ଆସନ୍ତା ବର୍ଷ ନିର୍ବାଚନ ନ ହୋଇପାରେ। ବିଭିନ୍ନ ଆଳରେ ୨୦୧୭ରୁ ୨୦୨୩ ପର୍ଯ୍ୟନ୍ତ ବିଜେଡି ସରକାର ରାଜ୍ୟରେ ନିର୍ବାଚନ ବନ୍ଦକଲେ। କ୍ୟାମ୍ପସ୍‌ରେ ହିଂସା ଆଳରେ ୨୦୧୯, ୨୦୨୨ ଓ ୨୦୨୩ରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଦିଆଗଲା। ୨୦୨୦ ଓ ୨୦୨୧ରେ କରୋନା ପାଇଁ ଏବଂ ୨୦୧୮ରେ ତିତିଲି ମହାବାତ୍ୟା ପାଇଁ ନିର୍ବାଚନ ବନ୍ଦ ହୋଇଥିଲା। ଏବିଭିପି ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ହାଇକୋର୍ଟରେ କେସ୍‌ କରିଥିଲା। ମାତ୍ର ଏବେ ଏହାର ଆଭିମୁଖ୍ୟ ବଦଳିଯାଇଛି। ରେଭେନ୍‌ଶା ନାମ ବଦଳାଯିବା ପ୍ରସଙ୍ଗରେ ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାମ ପରିବର୍ତ୍ତନ ଡ୍ରାମାରେ ନ ମାତି ବରଂ ରେଭେନ୍‌ଶାକୁ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଉଦ୍ୟମ କରନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?