Posted inଜାତୀୟ

ଖୁବ୍‌ଶୀଘ୍ର ଉପଲବ୍ଧ ହେବ ମ୍ୟାଲେରିଆ ଭ୍ୟାକ୍‌ସିନ୍‌

ପୁନେ,୩୧।୮: ଖୁବ୍‌ଶୀଘ୍ର ମ୍ୟାଲେିରଆ ଭ୍ୟାକ୍‌ସିନ ଉପଲବ୍ଧ ହେବ ବୋଲି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ)ର ପରିଚାଳନା ନିର୍ଦ୍ଦେଶକ ସାଇରସ୍‌ ପୁନାଓ୍ବାଲା ବୁଧବାର ଘୋଷଣା କରିଛନ୍ତି। ଏହି ଭ୍ୟାକ୍‌ସିନ୍‌ କେବଳ ଭାରତ ନୁହେଁ ବରଂ ଆଫ୍ରିକାର ମ୍ୟାଲେରିଆ୍‌ପ୍ରବଣ ଅଞ୍ଚଳରେ ମଧ୍ୟ ଉପଲବ୍ଧ ହେବ। କୋଭିଡ୍‌ ଭ୍ୟାକ୍‌ସିନ୍‌ ‘କୋଭିସିଲ୍ଡ’ର ସଫଳତା ପରେ ଏସ୍‌ଆଇଆଇ ଖୁବ୍‌ଶୀଘ୍ର ମ୍ୟାଲେରିଆ ଭ୍ୟାକସିନ୍‌ ଉବଲବ୍ଧ କରିବାକୁ ଯାଉଛି ବୋଲି ପୁନାଓ୍ବାଲା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏସ୍‌ଆଇଆଇ ଡେଙ୍ଗୁଜ୍ୱର ଲାଗି ମଧ୍ୟ ଭ୍ୟାକ୍‌ସିନ୍‌ ପ୍ରସ୍ତୁତିରେ ଲାଗିଛି ଯାହା ଆସନ୍ତା ବର୍ଷ ଉପଲବ୍ଧ ହେବ। ମଶା କାମୁଡ଼ାରୁ ସୃଷ୍ଟି ହେଉଥିବା ଏହି ଦୁଇ ଜ୍ୱରର ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ଲାଗି ତାଙ୍କ କମ୍ପାନୀ ଦୀର୍ଘବର୍ଷ ହେଲା କାର୍ଯ୍ୟ କରି ଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କୁ ନୋଟିସ ଜାରି, ନାଗରିକତା ବିନା ଭୋଟର ତାଲିକାରେ ନାମ ଉପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନାଗରିକତା ନ...

ଇଣ୍ଡିଗୋ ପାଇଲଟଙ୍କ ଇମୋଶନାଲ ମେସେଜ ଭାଇରାଲ, ଏମିତି କ’ଣ କହିଲେ ଯେ ଘଣ୍ଟା ଘଣ୍ଟା ଧରି ଫସିଥିବା ଯାତ୍ରୀ ବି କଲେ ପ୍ରଶଂସା

ନୂଆଦିଲ୍ଲୀ,୯।୧୨: ଇଣ୍ଡିଗୋ ବିମାନର ନିରନ୍ତର ବିଳମ୍ବ ଏବଂ ବାତିଲ ମଧ୍ୟରେ, ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଯାତ୍ରୀମାନଙ୍କ ହୃଦୟକୁ ସ୍ପର୍ଶ କରିଛି। ଭିଡିଓରେ ଇଣ୍ଡିଗୋ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

ମୀରଟ,୯ା୧୨: ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri