ରାୟଗଡ଼ା,୬।୭(ଆଶିଷ ରଞ୍ଜନ ପଣ୍ଡା)ମ୍ୟାଲେରିଆ ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ଯେତେ ଯୋଜନା କାର୍ଯ୍ୟକାରୀ କରାଗଲେ ମଧ୍ୟ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ହୋଇପାରୁନାହିଁ। ବରଂ ଦିନକୁ ଦିନ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ରାୟଗଡ଼ା ଜିଲାରେ ସର୍ବାଧିକ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାଲକାନଗିରି ଦ୍ୱିତୀୟ ସ୍ଥାନରେ ରହିଛି। ରାୟଗଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ୨୦୨୧-୨୨ ଅପେକ୍ଷା ୨୦୨୨-୨୩ରେ ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟା ୩ ଗୁଣ ବୃଦ୍ଧି ପାଇଛି। ୨୦୨୨ ମେ ମାସ ପର୍ଯ୍ୟନ୍ତ ୮୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୨୩ ମେ ମାସ ମଧ୍ୟରେ ୨୧୬୮ ଜଣ ଚିହ୍ନଟ ହୋଇଛନ୍ତି। ମେଘାଳୟ ରାଜ୍ୟର ସାଉଥ୍ ଗାରୋ ହିଲସ୍ ଦେଶର ସର୍ବାଧିକ ମ୍ୟାଲେରିଆ ଆକ୍ରାନ୍ତ ଜିଲା ହୋଇଥିବା ବେଳେ ଦି୍ବତୀୟରେ ଛତିଶଗଡର ବସ୍ତର ଓ ତୃତୀୟରେ ଝାଡଖଣ୍ଡର ପାକୁର ଜିଲା ରହିଛି। ତେବେ ରାୟଗଡ଼ା ଗତ ୫ବର୍ଷ ତୁଳନାରେ ଦି୍ବତୀୟରୁ ଚତୁର୍ଥ ସ୍ଥାନକୁ ଖସିଥିବା ଜଣାପଡିଛି। ତଥାପି ଦେଶର ପ୍ରଥମ ୫ଟି ଜିଲା ସ୍ଥିତିକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି।
ରାୟଗଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ଚନ୍ଦ୍ରପୁର ଓ ଗୁଡାରୀ ବ୍ଲକରେ ସର୍ବାଧିକ ମ୍ୟାଲେରିଆ ଆକ୍ରାନ୍ତ ରହିଛନ୍ତି। ରାୟଗଡା ଜିଲା ଓ ମେଘାଳୟର ସାଉଥ୍ ଗାରୋ ହିଲସ୍ ଜିଲାରେ ମୁଖ୍ୟତଃ ଏନୋଫିଲିସ ମଶାଜନିତ ମ୍ୟାଲେରିଆ ଦେଖିବାକୁ ମିଳିଥାଏ। ଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଅନୁସାରେ ଏହା ସର୍ବାଧିକ ବିପଦପୂର୍ଣ୍ଣ ବୋଲି ଜଣାପଡ଼ିଛି। ସରକାରୀ ଲାବରେ ମ୍ୟାଲେରିଆ ପରୀକ୍ଷଣ ପରେ ଏହିଭଳି ଉଦ୍ବେଗଜନକ ସ୍ଥିତି ନଜରକୁ ଆସିଛି। ତେବେ ଘରୋଇ ଲାବରେ ବିଭିନ୍ନ ସମୟରେ ହେଉଥିବା ପରୀକ୍ଷଣକୁ ଗଣତି କରାଗଲେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିଯିବ ବୋଲି ଚିକିତ୍ସକମାନେ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ଜିଲାରେ ୧୧.୪୯ % ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଝରଣା ପାଣିର ବ୍ୟବହାର ମ୍ୟାଲେରିଆର ମୁଖ୍ୟ କାରଣ ବୋଲି ଡାକ୍ତର କହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଝରଣାର ଦୁଇ କୂଳରେ ରହୁଥିବା ପାଣି ଜମି ରହୁଥିବାରୁ ଏନୋଫିଲିସ ମଶାଙ୍କ ପ୍ରଜନନ ପାଇଁ ସୁବିଧା ହୋଇଥାଏ। ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବି.ଏଲ.ଏନ ପୃଷ୍ଟି କହିଛନ୍ତି ଯେ, ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ସବୁବେଳେ ସଜାଗ ରହିବା ସହ ନିଜ ଦାୟିତ୍ୱ ନିର୍ବାହ କରୁଛି। ୨୦୨୦ ମସିହାରେ ଯେଉଁ ମଶାରି ବଣ୍ଟନ ହୋଇଥିଲା ତାହା ବର୍ତ୍ତମାନ ଲୋକଙ୍କ ପାଖରେ ନାହିଁ। ତେଣୁ ୭ଲକ୍ଷ ମଶାରି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛ ବୋଲି କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ରାୟଗଡା View All
ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ
ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…
ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…
ଦେଶରେ ଲାଗିବ କି ଲକ୍ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…
ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…
ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ
କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…
LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…
ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…
ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…
ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…
ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…
ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…
Archives

