Categories: ଜାତୀୟ

ମାଲାଲାଙ୍କ ସ୍ବପ୍ନ ଭାରତ-ପାକ୍‌ ବନ୍ଧୁତା

ନୂଆଦିଲ୍ଲୀ, ୨ା୩: ସୀମା ଓ ବିଭାଜନର ପୁରୁଣା ଫିଲୋସୋଫି ଆଉ କାମ କରୁନାହିଁ। ଭାରତ ଏବଂ ପାକିସ୍ତାନର ଲୋକେ ଶାନ୍ତିରେ ବଞ୍ଚତ୍ବାକୁ ଚାହଁ।ନ୍ତି। ଏହି ଦୁଇ ଦେଶ ମଧ୍ୟରେ ଉତ୍ତମ ବନ୍ଧୁତା ମୋ ସ୍ବପ୍ନ ବୋଲି କହିଛନ୍ତି ନୋବେଲ ଶାନ୍ତି ବିଜେତା ମାଲାଲା ୟୁସୁଫଜାଇ। ଏହା ଫଳରେ ଆମେ ପାକିସ୍ତାନୀ ସିରିଏଲ, ଡ୍ରାମା ଦେଖିବା ସହ ବଲିଉଡ୍‌ ଫିଲ୍ମର ମଜା ଉଠାଇପାରିବା ଏବଂ ଉଭୟ ଦେଶ ମଧ୍ୟରେ କ୍ରିକେଟ ମ୍ୟାଚକୁ ଉପଭୋଗ କରିପାରିବା। ଦୁଇ ଦେଶର ଶତ୍ରୁ ହେଉଛି ଦାରିଦ୍ର୍ୟ, ଅସମାନତା ଓ ଭେଦଭାବ। ଏହା ବିରୋଧରେ ଉଭୟ ଦେଶ ମିଶି ପଦକ୍ଷେପ ନେବା ଆବଶ୍ୟକ। ଏଥିସହ ପ୍ରତି ଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଏବଂ ସବୁ କନ୍ୟାଙ୍କୁ ଶିକ୍ଷିତ କରିବା ଜରୁରୀ ବୋଲି ଏହି ୨୩ ବର୍ଷୀୟା ପାକିସ୍ତାନୀ ସାମାଜିକ କର୍ମୀ କହିଛନ୍ତି।

Share