ବିବାହକୁ ନେଇ ଟ୍ରୋଲ ହେଉଛନ୍ତି ମଲାଲା!

ଲଣ୍ଡନ,୧୪ ।୧୧: ନୋବେଲ ପୁରସ୍କାର ବିଜୟୀନି ମଲାଲା ୟୁସୁଫଜାଇ ବିବାହ ପାଇଁ ନେଇଥିବା ନିଜର ନିସ୍ପତ୍ତି ସମ୍ପର୍କରେ ଏକ ନିବନ୍ଧ ଲେଖିଛନ୍ତି । ମଲାଲା ନଭେମ୍ବର ୯ରେ ଇଂଲଣ୍ଡର ବର୍ମିଂହାମରେ ଅସର ମଲିକଙ୍କୁ ବିବାହ କରିଛନ୍ତି । ଯେତେବେଳେ ମଲାଲା ତାଙ୍କ ବିବାହ ସମ୍ପର୍କରେ ଘୋଷଣା କଲେ ତାଙ୍କୁ ମିଳିଲା ଅନେକ ଶୁଭେଚ୍ଛା । ହେଲେ ମଲାଲାଙ୍କ ଏହି ନିଷ୍ପତ୍ତିକୁ ନେଇ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଟୁଇଟରରେ ମଲାଲାଙ୍କୁ ସମାଲୋଚନା କରିଛନ୍ତି । ଚଳିତ ବର୍ଷ ଜୁଲାଇରେ ମଲାଲା ଭୋଗ ମାଗାଜିନକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଥିଲେ କି, ମୁଁ ବୁଝି ପାରୁନି ଲୋକେ କାହିଁକି ବିବାହ କରୁଛନ୍ତି । ଯଦି ଆପଣ ଆପଣଙ୍କ ଜୀବନରେ ଜଣେ ବ୍ୟକ୍ତିଙ୍କୁ ଚାହୁଁଛନ୍ତି ତେବେ ବିବାହ କାଗଜପତ୍ରରେ ଦସ୍ତଖତ କରିବାର କ’ଣ ଆବଶ୍ୟକତା ରହିଛି । ଏହା କେବଳ ଏକ ବୁଝାମଣା କାହିଁକି ନ ହେଉଛି । ଏବେ ଏହି ପୁରୁଣା ବୟାନକୁ ନେଇ ବିବାହ ପରେ ଯୁଜର୍ସ ମଲାଲାଙ୍କୁ ଟ୍ରୋଲ କରିଛନ୍ତି । ଏବେ ଏହାର ପ୍ରତିକ୍ରିୟା ସ୍ୱରୂପ ଓ ସାମାନ୍ୟ ଭାବେ ନିଜ ବିବାହ ସମ୍ପର୍କରେ କଥା ହେବାକୁ ଯାଇ ୧୧ ନଭେମ୍ବରରେ ମଲାଲା ଭୋଗ ପାଇଁ ଏକ ନିବନ୍ଧ ଲେଖିଛନ୍ତି, ଯାହାର ଶୀର୍ଷକ ରହିଛି ‘ଆଇ ଫାଉଣ୍ଡ ଏ ବେଷ୍ଟ ଫ୍ରେଣ୍ଡ ଆଣ୍ଡ କମ୍ପାନିୟନ’ । ଏହାକୁ ନେଇ ମଲାଲା କହିଛନ୍ତି, ମୁଁ ବିବାହର ବିରୋଧ କରୁ ନ ଥିଲି କିନ୍ତୁ ବିବାହ ପରେ ଏହାର ଅଭ୍ୟାସକୁ ନେଇ ସତର୍କ ଥିଲି ।

Share