ଅରବାଜଙ୍କ ସମ୍ପର୍କରେ ମୁହଁ ଖୋଲିଲେ ମଲାଇକା…

ମୁମ୍ବାଇ : ଛାଡପତ୍ର ପରେ ମଲାଇକା ଆରୋରା ଏବଂ ଅରବାଜ ଖାନ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି। ୨୦୧୭ରେ ଉଭୟ ଛାଡପତ୍ର ଘୋଷଣା କରିଥିଲେ। ଯାହା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୧୮ ବର୍ଷ ବିବାହ ପରେ ଅରବାଜ ଏବଂ ମଲାଇକା ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ଅଛନ୍ତି। ଛାଡପତ୍ର ପରେ ପୁଅ ଅରହାନ ମଲାଇକାଙ୍କ ସହ ରହୁଛନ୍ତି। ଛାଡପତ୍ର ପରେ ଅରବାଜଙ୍କ ସହ ତାଙ୍କର ସମ୍ପର୍କ କିପରି ଅଛି ବୋଲି ମଲାଇକା ବର୍ତ୍ତମାନ କହିଛନ୍ତି। ଏକ ସାକ୍ଷାତକାରରେ ଛାଡପତ୍ର ପରେ ମଲାଇକା ତାଙ୍କ ଏବଂ ଅରବାଜଙ୍କ ସମ୍ପର୍କ ଉପରେ ନୀରବତା ଭାଙ୍ଗିଛନ୍ତି।

ମଲାଇକା ଅର୍ଜୁନ କପୁରଙ୍କୁ ଡେଟ କରୁଥିବାବେଳେ ଅରବାଜ ଜର୍ଜିଆ ଆଣ୍ଡ୍ରିଆନିଙ୍କ ସହ ସମ୍ପର୍କ ରଖିଛନ୍ତି। ମଲାଇକା କହିଛନ୍ତି ଯେ ବର୍ତ୍ତମାନ ଅରବାଜଙ୍କ ସହ ତାଙ୍କର ଇକ୍ୟୁଏଶନ ଭଲ ଅଛି।

ମଲାଇକା ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଅରବାଜ ବହୁତ ଖୁସି ଏବଂ ଶାନ୍ତ ଲୋକ। ମଲାଇକା ଆହୁରି କହିଛନ୍ତି ଅରବାଜ ଜଣେ ଅଦ୍ଭୁତ ବ୍ୟକ୍ତି ଏବଂ ତାଙ୍କ ପାଇଁ ମୋର ଶୁଭେଚ୍ଛା ରହିଛି। ବେଳେବେଳେ ଲୋକମାନେ ବହୁତ ଭଲ ହୋଇଥାନ୍ତି କିନ୍ତୁ ସେମାନେ ଏକାଠି ରହି ପାରି ନଥାନ୍ତି। ଅରବାଜ ସେପରି ଜଣେ ଲୋକ। ମୁଁ ସବୁବେଳେ ତାଙ୍କର ଶୁଭକାମନା କରୁଛି।

ତାଙ୍କ ବିବାହ ବନ୍ଧନ ସମାପ୍ତ କରିବା ବିଷୟରେ କଥାବାର୍ତ୍ତା କରି ମଲାଇକା କହିଛନ୍ତି , ମୁଁ ପ୍ରଥମେ କରି ଏହି ନିଷ୍ପତ୍ତି ନେଇଥିଲି। ଏହା କରିବା ପରେ, ମୁଁ ପୂର୍ବ ଅପେକ୍ଷା ଜଣେ ଭଲ ବ୍ୟକ୍ତି ହୋଇପାରିଛି। ମୋ ପୁଅ ସହିତ ମୋର ସମ୍ପର୍କ ଅଧିକ ଭଲ ହୋଇ ପାରିଛି।

ମଲାଇକା କହିଛନ୍ତି ପୂର୍ବତନ ସ୍ବାମୀ ଅରବାଜ ଖାନଙ୍କ ସହ ତାଙ୍କର ବର୍ତ୍ତମାନ ଭଲ ସମ୍ପର୍କ ଅଛି। ଏହି ନିଷ୍ପତ୍ତିରେ ସେ ବହୁତ ଖୁସି ଅଛନ୍ତି। ମଲାଇକା ଶେଷରେ କହିଥିଲେ ଯେ, ବାହାରେ ଥିବା ସମସ୍ତ ମହିଳାଙ୍କୁ, ମୁଁ କହିବାକୁ ଚାହେଁ ଯେ ସେମାନେ ତାଙ୍କର ହୃଦୟ ଯାହା କରିବାକୁ ଚାହୁଁଛି ତାହା କରିବାକୁ ଭୟ କରନ୍ତୁ ନାହିଁ।

Share