ଦୁଇଲକ୍ଷ ଟଙ୍କା ଲେହେଙ୍ଗାରେ ମଲାଇକାଙ୍କ ଗ୍ଲାମରସ ପୋଜ୍‌

ମୁମ୍ବାଇ: ବଲିଉଡ୍ ନାୟିକା ମଲାଇକା ଆରୋରା ତାଙ୍କ ଭିନ୍ନ ଅନ୍ଦାଜ ପାଇଁ ବେଶ୍ ପରିଚିତ । ଆଉ ତାଙ୍କର ଫ୍ୟାଶନ୍ ସେନ୍ସ ସମସ୍ତଙ୍କ ହୃଦୟ ଜିତିବାରେ ଏକ ନମ୍ବର । ସେଥିପାଇଁ ବୋଧହୁଏ ତାଙ୍କର ବହୁ ପ୍ରଶଂସକ ରହିଛନ୍ତି । ସେ ତାଙ୍କ ଲୁକ୍ସ ପାଇଁ ସୋସିଆଲ ମିଡିଆରେ ଛାଇ ହୋଇ ରହିଥାଆନ୍ତି । ଜମ୍ପ ସୁଟ୍‌, ମିନି ଡ୍ରେସ୍‌, କପ୍ତାନ ବା ଲେହେଙ୍ଗା ସବୁଥିରେ ଯେମିତି ଫିଟ୍ ଲାଗନ୍ତି ଏହି ନାୟକା । ନିକଟରେ ଅଭିନେତ୍ରୀ ଡିଜାଇନର ଅର୍ପିତା ମେହେଟାଙ୍କ କଲେକ୍ସନ ପିନ୍ଧି ଦେଇଥିବା ଗ୍ଲାମରସ୍ ପୋଜ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ତାଙ୍କ ଆଉଟଫିଟ୍‌କୁ ମୋନୋଟୋନ୍ ରଫଲ୍ଡ ଦୁପଟ୍ଟା ସହ କ୍ୟାରି କରିଛନ୍ତି । ଏହାସହ ସେ ମାଙ୍ଗଟିକା ବି ପିନ୍ଧିଛନ୍ତି । ଏହାସହ ନିଜର ଗ୍ଲାମରସ୍ ଲୁକ୍ ପାଇଁ ଆଖିକୁ ବୋଲ୍ଡ ସ୍ମୋକି ଲୁକ୍ ଦେଇଛନ୍ତି । ଯାହା ଆକର୍ଷଣର କେନ୍ଦ୍ର ପାଲଟିଛି । ମଲାଇକାଙ୍କର ଏମିତି କିଛି ଫଟୋ ମୋନିକା ହରିସିଙ୍ଗାନି ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଗୌରବ ଗୁପ୍ତା ଏହି ଲେହେଙ୍ଗାର ଡିଜାଇନ କରିଥିବା ବେଳେ ଏହାର ଦାମ୍ ରହିଛି ୨,୨୫,୦୦୦ଟଙ୍କା ।

Share