ମଲାଇକାଙ୍କ ପୋଷାକର ମଜା ଉଡାଇଲେ ପୁଅ ଅରହାନ୍‌

ବମ୍ବେ: ଅଭିନେତ୍ରୀ ମଲାଇକା ଅରୋରା ଫ୍ୟାଶନ୍‌ ସାଙ୍ଗକୁ ନିଜର ବୋଲ୍ଡନେସ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ହେଲେ ତାଙ୍କ ପୁଅଙ୍କୁ ମା’ଙ୍କ ଷ୍ଟାଇଲ୍‌ ଆଦୌ ପସନ୍ଦ ନୁହେଁ। ଏକଥା ଆମେ ମନରୁ କହୁନାହୁଁ। ନିକଟରେ ମଲାଇକାଙ୍କ ପୁଅ ଅରହାନ ମା’ଙ୍କ ପୋଷାକକୁ ଜେଲର କଏଦୀଙ୍କ ଭଳି ବୋଲି କହିଛନ୍ତି। ଅଭିନେତ୍ରୀଙ୍କ ରିଆଲିଟି ଶୋ’ ‘ମୁଭିଂ ଇନ୍‌ ଉଇଥ୍‌ ମଲାଇକା’ରେ ଏଭଳି କିଛି ଘଟଣାବଳୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

‘ମୁଭିଂ ଇନ୍‌ ଉଇଥ୍‌ ମଲାଇକା’ର ସଦ୍ୟତମ ଏପିସୋଡ୍‌ରେ ମା’ଙ୍କ ମଜା ଉଡାଇଛନ୍ତି ଅରହାନ୍‌। ଏଥିରେ ମଲାଇକା ଏକ ଗ୍ଲାମରର୍ସ ଟପ୍‌ ସହ ପ୍ୟାଣ୍ଟ ପିନ୍ଧିଥିଲେ। ଅରହାନ୍‌ ତାକୁ ଦେଖି ଟେବୁଲ୍‌ ନାପକିନ୍‌ ସହ ତୁଳନା କରିଥିଲେ। ଏପରିକି ସେ ଜେଲର କଏଦୀ ଭଳି ଦେଖାଯାଉଥିବା କହିଥିଲେ। ପୁଅଙ୍କ ମୁହଁରୁ ଏଭଳି କଥା ଶୁଣି ମଲାଇକା କ’ଣ କହିବେ ବୁଝିପାରି ନ ଥିଲେ। ଶେଷରେ ସେ କେବଳ ହସିଥିଲେ।

ମଲାଇକାଙ୍କ ଶୋ’ ବିଷୟରେ କଥା ହେଲେ, ଏଥିରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖୁଲାସା କରୁଛନ୍ତି। ପୂର୍ବରୁ ଯେଉଁ ସବୁ ପ୍ରଶ୍ନ ପ୍ରଶଂସକଙ୍କ ମନରେ ରହିଥିଲା, ସେସବୁ ଏବେ ଜାଣିବାକୁ ମିଳୁଛି।

Share