ମଲାଇକାଙ୍କ ପୋଷାକର ମଜା ଉଡାଇଲେ ପୁଅ ଅରହାନ୍‌

ବମ୍ବେ: ଅଭିନେତ୍ରୀ ମଲାଇକା ଅରୋରା ଫ୍ୟାଶନ୍‌ ସାଙ୍ଗକୁ ନିଜର ବୋଲ୍ଡନେସ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ହେଲେ ତାଙ୍କ ପୁଅଙ୍କୁ ମା’ଙ୍କ ଷ୍ଟାଇଲ୍‌ ଆଦୌ ପସନ୍ଦ ନୁହେଁ। ଏକଥା ଆମେ ମନରୁ କହୁନାହୁଁ। ନିକଟରେ ମଲାଇକାଙ୍କ ପୁଅ ଅରହାନ ମା’ଙ୍କ ପୋଷାକକୁ ଜେଲର କଏଦୀଙ୍କ ଭଳି ବୋଲି କହିଛନ୍ତି। ଅଭିନେତ୍ରୀଙ୍କ ରିଆଲିଟି ଶୋ’ ‘ମୁଭିଂ ଇନ୍‌ ଉଇଥ୍‌ ମଲାଇକା’ରେ ଏଭଳି କିଛି ଘଟଣାବଳୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

‘ମୁଭିଂ ଇନ୍‌ ଉଇଥ୍‌ ମଲାଇକା’ର ସଦ୍ୟତମ ଏପିସୋଡ୍‌ରେ ମା’ଙ୍କ ମଜା ଉଡାଇଛନ୍ତି ଅରହାନ୍‌। ଏଥିରେ ମଲାଇକା ଏକ ଗ୍ଲାମରର୍ସ ଟପ୍‌ ସହ ପ୍ୟାଣ୍ଟ ପିନ୍ଧିଥିଲେ। ଅରହାନ୍‌ ତାକୁ ଦେଖି ଟେବୁଲ୍‌ ନାପକିନ୍‌ ସହ ତୁଳନା କରିଥିଲେ। ଏପରିକି ସେ ଜେଲର କଏଦୀ ଭଳି ଦେଖାଯାଉଥିବା କହିଥିଲେ। ପୁଅଙ୍କ ମୁହଁରୁ ଏଭଳି କଥା ଶୁଣି ମଲାଇକା କ’ଣ କହିବେ ବୁଝିପାରି ନ ଥିଲେ। ଶେଷରେ ସେ କେବଳ ହସିଥିଲେ।

ମଲାଇକାଙ୍କ ଶୋ’ ବିଷୟରେ କଥା ହେଲେ, ଏଥିରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖୁଲାସା କରୁଛନ୍ତି। ପୂର୍ବରୁ ଯେଉଁ ସବୁ ପ୍ରଶ୍ନ ପ୍ରଶଂସକଙ୍କ ମନରେ ରହିଥିଲା, ସେସବୁ ଏବେ ଜାଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଏହି ଅଭିନେତ୍ରୀ, ଭାଙ୍ଗିଯାଇଥିଲା ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସାରିକାଙ୍କ ପରିଚୟର ଆବଶ୍ୟକତା ନାହିଁ। କାରଣ ତାଙ୍କ ଅଭିନୟ ଯିଏ ଦେଖିଛି ସେ ଜାଣିଛି ସେ କେତେ ଦକ୍ଷ। ତାଙ୍କର...

ଲକ୍‌ଡାଉନ ଭିତରେ ମାସ୍କ ପିନ୍ଧି ଶୁଟିଂ ଆରମ୍ଭ କଲେ ଅକ୍ଷୟ !

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ୪.୦ ଜାରି ରହିଛି। ହେଲେ ପୂର୍ବପେକ୍ଷା ନିୟମରେ କିଛିଟା କୋହଳ କରାଯାଇଥିବାରୁ ଅଧିକାଂଶ...

କାହା ପାଇଁ ହୋଇଥିଲା ଅମିରଙ୍କ ଛାଡ଼ପତ୍ର, ଖୁଲାସା କଲେ ଅଭିନେତା

ବଲିଉଡ ସୁପରଷ୍ଟାର ଅମିର ଖାନଙ୍କ ଆଜି ୫୭ତମ ଜନ୍ମ ଦିନ। ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କିତ କିଛି କଥା। ଅମିର ନିକଟରେ...

ସନ୍ତାନ ସୁଖ ନାହିଁ, ତଥାପି ଖୁସିରେ ବୈବାହିକ ଜୀବନ ବିତାଉଛନ୍ତି ଏସବୁ ଲୋକପ୍ରିୟ ନାୟିକା,କେବେହେଲେ…

ବମ୍ବେ: ବିବାହ ପରେ ସନ୍ତାନ ନହେଲେ ଅନେକ ଘର ଭାଙ୍ଗିଯିବାର ନଜିର ରହିଛି। ହେଲେ ବଲିଉଡ୍‌ରେ କିଛି ଅଭିନେତ୍ରୀ ନିସନ୍ତାନ ଥିବା ସତ୍ତ୍ୱେ ସୁଖୀ ବୈବାହିକ...

ଅକ୍ଷୟ କୁମାରଙ୍କୁ ଦେଖି ଦୌଡ଼ିଲେ ସାରା

ମୁମ୍ବାଇ: ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଅକ୍ଷୟ କୁମାରଙ୍କୁ ଦେଖି ଖୁବ୍‌ ଜୋର୍‌ରେ ଦୌଡୁଛନ୍ତି। ସାରାଙ୍କ ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।...

ଜନ୍ମଦିନରେ ବାସନ ମାଜିଲେ ସୋନୁ

ମୁମ୍ବାଇ: ସାଉଥ୍ ସିନେମାରୁ ବଲିଉଡ୍ ପର୍ଯ୍ୟନ୍ତ ଯାତ୍ରା କରିଥିବା ସୋନୁ ସୁଦଙ୍କ ପାଇଁ ଜୁଲାଇ ୩୦ ହେଉଛି ଏକ ସ୍ମରଣୀୟ ଦିନ । ଆଜି ସେ...

କୋଟି କୋଟି ଟଙ୍କାର ମାଲିକ ସତ୍ତ୍ୱେ ସ୍ବାମୀ ରିଷିଙ୍କୁ କଞ୍ଜୁସ କହୁଥିଲେ ନୀତୁ: ପୂରା ଘଟଣା ଜାଣିଲେ…

ସ୍ବର୍ଗତ ବଲିଉଡ୍‌ ଅଭିନେତା ରିଷି କପୁର କୋଟି କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଥିଲେ। ତାଙ୍କ ପରିବାରର ପ୍ରାୟ ସମସ୍ତେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିଲେ। ତାଙ୍କ...

ଝିଅକୁ ସତ ଜଣାଇଲେ ସୁସ୍ମିତା

ମୁମ୍ବାଇ,୪।୬: ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ସୁନ୍ଦରତା ଓ ଜିରୋ ଫିଗର ସମସ୍ତଙ୍କ ମନମୋହିଥାଏ। ଏବେ ତାଙ୍କର ବ୍ୟକ୍ତିଗତ ଜୀବନିକୁ ନେଇ ସେ ଏକ ବଡ଼...

Advertisement
Archives

Model This Week