କରୋନା ପରେ ଝଡ଼ୁଥିବା କେଶରୁ ନିସ୍ତାର ପାଇବା ପାଇଁ ଟିପ୍ସ ଦେଲେ ମଲାଇକା

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ମଲାଇକା ଅରୋରା ନିଜର ଫିଟ୍‌ନେସ୍‌ ଓ ଫେସେନେବୁଲ ପାଇଁ ବେଶ୍‌ ପରିଚିତ। ସୋସିଆଲ ମିଡିଆରେ ସବୁବେଳେ ସେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ଏଥିସହ ମଲାଇକା ପ୍ରାୟ ସମୟରେ ନିଜର କାର୍ଯ୍ୟକଳାପ, ଫଟୋ ଓ ଭିଡ଼ିଓକୁ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି। ବିଶେଷକରି ମଲାଇକାଙ୍କ ହେଲ୍‌ଥ ଟିପ୍ସକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ଭରି ରହିଥାଏ। କିଛି ଦିନ ତଳେ କରୋନାକୁ ହରାଇ ସୁସ୍ଥ ହୋଇ ମଲାଇକା ଫେରିଛନ୍ତି। ସୁସ୍ଥ ହେବା ପରେ ପୁଣି ଥରେ ‘ଇଣ୍ଡିଆ ବେଷ୍ଟ ଡାନ୍ସ’ ଶୋ’ରେ ସେ ସାମିଲ ହୋଇଥିବା ଜଣାପଡ଼ିଛି।

କରୋନା କବଳରେ ଆସିବା ପରେ ତାଙ୍କ ନିକଟରେ ଦେଖାଦେଇଥିବା ପାର୍ଶ୍ୱପ୍ରତିକ୍ରିୟା ବିଷୟରେ ସେ ଏକ ଭିଡିଓ ଜରିଆରେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ବର୍ତ୍ତମାନ ସେ ଦୁର୍ବଳ ଅନୁଭବ କରିବା ସହ କେଶ ଝଡିବା ସମସ୍ୟା ଦେଇ ଗତି କରୁଛନ୍ତି। ଏଥିପାଇଁ ସେ ପ୍ରଶଂସକ ପାଇଁ ଏକ ହେୟାର ଥେରାପି ଶେୟାର କରିଛନ୍ତି। ଏଥିସହ ନିଜ ଡାଏଟରେ ପ୍ରଚୁର ମାତ୍ରାର ଭିଟାମିନ୍‌ ଯୁକ୍ତ ଖାଦ୍ୟକୁ ସାମିଲ କରିଛନ୍ତି। ଥgଥିସହ କେଶ ଝଡ଼ିବାରୁ ରୋକିବା ପାଇଁ ସେ ପିଆଜ ରସକୁ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି। ପିଆଜର ରସ ବାହାର କରି ଏହାକୁ ଏକ ତୁଳା ସାହାର୍ଯ୍ୟରେ କେଶର ମୂଳରେ ଲଗାଇଲେ ସପ୍ତାହ ମଧ୍ୟରେ ବେଶ୍‌ ଫାଇଦା ମିଳିବ ବୋଲି ମଲାଇକା ପ୍ରଶଂସକଙ୍କୁ ପରାମର୍ଶ ଦେଇଛନ୍ତି।

Share