ମଲାଇକା ପିନ୍ଧିଥିବା ଡ୍ରେସ୍‌ର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ଥାନ୍ତି। କେବେବେଳେ ନିଜ ଫିଟ୍‌ନେସ୍‌କୁ ନେଇ ତ ଆଉ କେତେବେଳେ ଅଭିନେତା ଅର୍ଜୁନ କପୁରଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସେ ଆଲୋଚନରେ ଥାନ୍ତି। ନିକଟରେ ତାଙ୍କୁ ଦାମୀ ଡ୍ରେସ୍‌କୁ ନେଇ ଚର୍ଚ୍ଚା ଉଠିଛି। ଟିଭି ଶୋ’ ସୁପର୍‌ମଡେଲ୍‌ ଅଫ୍‌ ଦ ୟର୍‌ ସିଜିନ୍‌-୨ର ଏକ ଏପିସୋଡରେ ତାଙ୍କୁ ଏକ ଗାଉନ୍‌ ପିନ୍ଧିଥିବାର ଦେଖାଯାଇଥିଲା। ଯାହାର ମୂଲ୍ୟ ୧.୭୦ ଲକ୍ଷ ବୋଲି ଜଣାପଡିଛି। ମେଟାଲିକ୍‌ ଗାଉନ୍‌ରେ ମଲାଇକା ହଟ୍‌ ମଧ୍ୟ ଦେଖାଯାଉଥିଲେ। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଡ୍ରେସ୍‌ର କିଛି ଫଟୋ ଶେୟାର୍‌ କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି। ପିଙ୍କ୍‌-ବ୍ଲୁ ମିଶ୍ରିତ ମେଟାଲିକ୍‌ ଗାଉନ୍‌ଟି ଡିଜାଇନର୍‌ ଜେମି ମାଲୋଫ୍‌ଙ୍କ ଶୀତ ଦିନିଆ କଲେକ୍ସନ୍‌। ପୂର୍ବରୁ ଏହି ଗାଉନ୍‌ରୁ ମୂଲ୍ୟ ୩.୩୯ ଲକ୍ଷ ଥିବାବେଳେ ଏବେ ଏହା ୧.୭୦ ଲକ୍ଷ ଟଙ୍କାରେ ବିକ୍ରି ହେଉଛି।

Share