ଇଣ୍ଟରନେଟର ପାରା ବଢାଇଲେ ମଲାଇକା

ମୁମ୍ବାଇ: ବଲିଉଡ୍ ହଟ୍ ଦିଭା ମଲାଇକା ଆରୋରା ତାଙ୍କ ଫେଶନ ସେନ୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଏଥର ତାଙ୍କର କିଛି ଫଟୋ ଇଣ୍ଟରନେଟର ପାରା ବଢାଇ ଦେଇଛି । ଅଭିନେତ୍ରୀଙ୍କର ଏହି ସିଜଲିଂ ଫଟୋରେ ସେ ବ୍ଲାକ କଲର ସି-ଥ୍ରୁ ଡ୍ରେସରେ ନଜର ଆସିଛନ୍ତି । ଏହି ଡ୍ରେସ ଉପରେ ବି ଖ୍ରୁବ୍ ସୁନ୍ଦର ଏମ୍ରୋଡୋରୀ କରାଯାଇଛି, ଯାହା ତାଙ୍କ ଡ୍ରେସକୁ ଗ୍ଲାମରସ ଟଚ୍ ଦେଉଛି । ଫଟୋରେ ମଲାଇକା ଭିନ୍ନ ଭିନ୍ନ ପୋଜ ଦେଉଥିବା ଦେଖାଯାଇଛି । ବ୍ଲାକ ସିଜଲିଂ ସି-ଥ୍ରୁ ଡ୍ରେସରେ ସେ ମେକଅପକୁ ନ୍ୟୁଡ ରଖିଛନ୍ତି । ଖୋଲା କର୍ଲି କେଶରେ ସେ ଦିଭା ଭଳି ନଜର ଆସୁଛନ୍ତି । ମଲାଇକାଙ୍କ ଏହି ଗର୍ଜିୟସ ଫଟୋକୁ ଦେଖି ତାଙ୍କ ପ୍ରଶଂସକମାନେ ଖାଲି ଭଲପାଇବା ଦେଇ ଚାଲିଛନ୍ତି । ଭିନ୍ନ ଭିନ୍ନ ପୋଜ୍ ସହ ଫଟୋ ଗୁଡିକ ୟଙ୍ଗଷ୍ଟରଙ୍କ ମନ ଜିଣୁଛି । ମଲାଇକାଙ୍କ ଫ୍ୟାଶନ ସେନ୍ସକୁ ଦର୍ଶକେ ବହୁତ ପସନ୍ଦ କରୁଥିବା ବେଳେ ଏବେ ସୋସିଆଲ ମିଡିଆରେ ଆସିଥିବା ତାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି ।

Share