ମଲାଇକାଙ୍କୁ ଏମିତି ଉପହାର ଦେଲେ ଏକ୍ସ ହଜ୍‌ବ୍ୟାଣ୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ତାଙ୍କ ଏକ୍ସ ହଜ୍‌ବ୍ୟାଣ୍ଡ ଅରବାଜ ଖାନ୍‌ ଏକ ଉପହାର ଦେଇଛନ୍ତି। ଏହା କୌଣସି ଜୁଏଲାରି ନୁହେଁ, କେବଳ ସ୍ବାଦିଷ୍ଟ ଆମ୍ବର ଏକ ପ୍ୟାକେଟ ଦେଇଛନ୍ତି। ଏହାକୁ ମଲାଇକା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି, ଧନ୍ୟବାଦ ଅରବାଜ ଯାହାକୁ ତୁମେ ଅନ୍‌ଲାଇନ୍‌ରେ ଅର୍ଡର କରିଥିଲ।

ଆପଣ ଜାଣିଥିବେ ମଲାଇକା ଏବଂ ଅରବାଜ ୧୮ ବର୍ଷର ସଂସାର କରିବା ପରେ ବିଚ୍ଛେଦ ହୋଇଥିଲା। ତାଙ୍କର ବିଚ୍ଛେଦର କୌଣସି ଅସଲ କାରଣ ସାମ୍ନାକୁ ଆସି ନ ଥିଲା। ମାତ୍ର କୁହାଗଲା କି ଦୁହେଁ ଦୁହିଁଙ୍କ ସହ ଖୁସି ନୁହନ୍ତି। ବିବାହ ବିଚ୍ଛେଦ ପରେ ମଲାଇକା ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ପଡ଼ିଥିଲେ। ସେହିପରି ଅରବାଜଙ୍କୁ ମଧ୍ୟ ନୂଆ ସାଥୀ ମିଳିସାରିଛନ୍ତି।

ମଲାଇକା ଏବଂ ଅର୍ଜୁନଙ୍କ ଯୋଡ଼ିକୁ ନେଇ ବର୍ତ୍ତମାନ ଲଗାତର ଚର୍ଚ୍ଚା ହେଉଛି। କୁହାଯାଉଛି ଏହି ଯୋଡ଼ି ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ। ଅନ୍ୟପକ୍ଷରେ ଅର୍ଜୁନ ତାଙ୍କ ବିବାହକୁ ନେଇ କୁହନ୍ତି, ସମୟ ଆସିଲେ ସବୁ ଜାଣିବେ। କୌଣସି କଥା ଲୁଚି ରହିବ ନାହିଁ।

Share