ଚର୍ଚ୍ଚାରେ ମଲାଇକାଙ୍କ ରିଆକ୍ସନ

ମୁମ୍ବାଇ: ବଲିଉଡର ହଟ୍ ନାୟିକା ମଲାଇକା ଆରୋରା କିଛି ନା କିଛି କାରଣ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ ସେ ଏମିତି ଏକ ରିଆକ୍ସନ ଦେଇଥିଲେ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଯୋର ଧରିଛି । ଏମ୍‌ଟିଭିର ରିୟଲିଟି ଶୋ’ ‘ସୁପର ମଡେଲ ଅଫ୍ ଦ ଇୟର ସିଜନ ୨’ରେ ଫେମଶ ଆକ୍ଟର ଓ ଫିଟନେସ୍ ଫ୍ରିକ୍ ମିଲିନ୍ଦ ସୋମନଙ୍କୁ ଦେଖିବାକୁ ମିଳିଥିଲା । ନିଜ ଫିଟନେସ୍ ପାଇଁ ଚର୍ଚ୍ଚାରେ ରହୁଥିବା ସୋମନ ଏମ୍‌ଟିଭିର ରିୟଲିଟି ଶୋ’ ‘ସୁପର ମଡେଲ ଅଫ୍ ଦ ଇୟର ସିଜନ ୨’ରେ ର‌୍ୟାମ୍ପ ୱାକ୍ କରି ଆସିଛନ୍ତି ଚର୍ଚ୍ଚାକୁ । ଦୀର୍ଘ ୨୬ ବର୍ଷ ପରେ ପୁଣିଥରେ ତାଙ୍କୁ ର‌୍ୟାମ୍ପରେ ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ମିଲିନ୍ଦ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ତାଙ୍କ ର‌୍ୟାମ୍ପ ୱାକ ସାଙ୍କକୁ ‘ମେଡ ଇନ୍ ଇଣ୍ଡିଆ’ ବ୍ୟାକଗ୍ରାଉଣ୍ଡ ସଙ୍ଗ ସମସ୍ତଙ୍କୁ ମତୁଆଲା କରିଛି । ମଲାଇକା ଏଥିରୁ ବା ବାଦ୍ ଯାଇଥାଆନ୍ତେ କେମିତି । ହୋଷ୍ଟ ଭାବେ ସେଠାରେ ଉପସ୍ଥିତ ଥିବା ମଲାଇକା ଏକବାରେ ଲାଜେଇ ଯାଇଥିଲେ । ମିଲିନ୍ଦଙ୍କ ସର୍ଟଲେସ୍ ବଡିକୁ ର‌୍ୟାମ୍ପ ୱାକ ଥିଲା ବେଶ୍ ରୋମାଣ୍ଟିକ୍ । ହେଲେ ଏହା ଯେତିକି ଚର୍ଚ୍ଚା ସାଉଁଟିଛି ଏବେ ଏହାକୁ ଦେଖି ରିଆକ୍ସନ ଦେଇଥିବା ମଲାଇକାଙ୍କ ରୋମାଣ୍ଟିକ୍ ଅନ୍ଦାଜ ବେଶ୍ ଚର୍ଚ୍ଚାରେ ।

Share