ମଲାଇକାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ

ମୁମ୍ବାଇ: ଦୁର୍ଘଟଣାର ଶିକାର ହୋଇଛନ୍ତି ବଲିଉଡ ଡିଭା ମଲାଇକା ଅରୋରା। ସେ ନିଜ କାର୍‌ରେ ଯାଉଥିବା ବେଳେ ଖୋପୋଲି ଏକ୍ସପ୍ରେସ୍‌ ଓ୍ବେରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ସେ ଆହତ ହୋଇଥିବାରୁ ତଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶନିବାର ସାରେ ମଲାଇକା ନିଜ ରେଞ୍ଜ ରୋଭର୍‌ରେ ଏକ ଫ୍ୟାଶନ୍‌ ଶୋ’ରେ ଭାଗ ନେବାକୁ ଯାଉଥିଲେ। ତାଙ୍କ ଡ୍ରାଇଭର ଚଳାଉଥିବା ବେଳେ ସେ କାର୍‌ରେ ବସିଥିଲେ। ହେଲେ ଏକ୍ସପ୍ରେସ ୱେରେ ତାଙ୍କ ଗାଡ଼ି ଆଉ ଦୁଇ ଗାଡ଼ି ମଝିରେ ଫସି ଯାଇଥିଲା। ଫଳରେ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ପୋଲିସ ଘଟଣାରେ ଏଫଆଇଆର୍‌ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଡାକ୍ତରଖାନା ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଘଟଣାରେ ମଲାଇକାଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି।ତାଙ୍କର ସିଟି ସ୍କାନ କରାଯାଇଛି। ତାଙ୍କ ରିପୋର୍ଟ ଠିକ୍‌ ରହିଛି। ରାତିରେ ତାଙ୍କୁ ଡାକ୍ତରଖାନାରେ ରଖାଯିବା ପରେ ରବିବାର ସକାଳୁ ତାଙ୍କୁ ଡିସଚାର୍ଜ କରିଦିଆଯିବ।

Share