ମଲାଇକାଙ୍କ ଦେଶୀ ତଡକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ନିଜର ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ଗ୍ଲାମରସ୍ ଲୁକ୍ ଓ ଫିଟନେସକୁ ନେଇ । ନିଜକୁ ସବୁବେଳେ ଫିଟ ରଖୁଥିବା ନାୟିକା ନିଜର ବୋଲ୍ଡନେସ୍ ପାଇଁ ବି ଆସି ଯାଆନ୍ତି ଚର୍ଚ୍ଚାକୁ । ଏଇ କିଛିଦିନ ହେବ ମଲାଇକା ତାଙ୍କ ପୁରୁଷ ବନ୍ଧୁ ତଥା ବଲିଉଡ୍‌ର ଅଗଧାଡିର ନାୟକ ଅର୍ଜୁନ କପୁରଙ୍କୁ ନେଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ଷ୍ଟାଇଲିସ ଲୁକ୍ ଓ ଫିଟନେସକୁ ନେଇ ସେ ଯୁଆଡେ ଯାଆନ୍ତି ସେଠାକାର ଲାଇମଲାଇଟକୁ ଆସିଯାଆନ୍ତି । ସୋସିଆଲ ମିଡିଆରେ ତାଙ୍କର ବହୁ ପ୍ରଶଂସକ ଥିବା ବେଳେ ସେ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ରୁଚି ରଖନ୍ତି । ଅନେକ ସମୟରେ ସେ ତାଙ୍କର କିଛି ଭିଡିଓ ଓ ଫଟୋ ଶେୟାର କରି ଦର୍ଶକଙ୍କ ମନ କିଣନ୍ତି । ଏହି କ୍ରମରେ ନିକଟରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ମଲାଇକା ତାଙ୍କର ଏକ ଭିଡିଓ ଶେୟାର କରିଥିଲେ । ଏହାକୁ ଶେୟାର କରିବା ସହ ସେ କ୍ୟାପଶନରେ ଲେଖଥିଲେ, ‘ସମ୍ ଦେଶୀ ତଡକା ଦିଶ୍ ଏଏମ୍‌..’ । ଶନିବାର ସକାଳେ ଏହି ଭିଡିଓରେ ସେ ଏକଦମ୍ ଦେଶୀ ଲୁକରେ ପିଚ୍ କଲରର ଏକ ଡ୍ରେସରେ ନଜର ଆସିଥିଲେ । ଆଉ ଏହି ଭିଡିଓକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ କମେଣ୍ଟ ଦେଇ ଚାଲିଛନ୍ତି । ମଲାଇକାଙ୍କର ଏହି ଦେଶି ତଡକା କୁଆଡେ ତାଙ ପ୍ରଶଂସକଙ୍କୁ ଦିୱାନା କରିଛି ବୋଲି ଆଲୋଚନା ହେଉଛି । ମାତ୍ର କେଇ ଘଣ୍ଟା ମଧ୍ୟରେ ଏହି ଭିଡିଓକୁ ହଜାର ହଜାର ଲାଇକ୍ ମିଳି ସାରିଛି । ଟେଲିଭିଜନ କି ବଡ ପରାରେ ବେଶୀ ନଜର ଆସୁ ନ ଥିବା ନାୟିକା ମଲାଇକା ଏବେ କିନ୍ତୁ ଫିଟେନେସକୁ ନେଇ ବେଶ୍ ଚର୍ଚ୍ଚିତ ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri