ମଲାଇ ସ୍ୟାଣ୍ଡଉଇଚ୍‌

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ପିଆଜ, ଗାଜର, ମଲାଇ, ଶିମ୍‌ଲା ଲଙ୍କା, ଟମାଟୋ, ଧନିଆପତ୍ର, ବନ୍ଧାକୋବି, ଲୁଣ, ଗୋଲ ମରିଚ ପାଉଡର, କଞ୍ଚାଲଙ୍କା ।
ପ୍ରସ୍ତୁତି ପ୍ରଣାଳୀ: ମଲାଇ ସ୍ୟାଣ୍ଡଉଇଚ୍‌ ପ୍ରସ୍ତୁତ କରିବାକୁ ହେଲେ ଆପଣଙ୍କୁ ଗାଜର, ଧନିଆପତ୍ର, ବନ୍ଧାକୋବି, ପିଆଜ, କଞ୍ଚାଲଙ୍କା, ଶିମ୍‌ଲା ଲଙ୍କା ଆଦିକୁ ଭଲ ଭାବେ ଧୋଇ ଛୋଟ ଛୋଟ ଆକାରରେ କାଟି ଦିଅନ୍ତୁ। ଏହା ବ୍ୟତୀତ ଆପଣ ଚାହିଁଲେ ଗାଜରକୁ ସ୍ଲାଇସ୍‌ କରି ଦିଅନ୍ତୁ। ଏହା ବ୍ୟତୀତ ଟମାଟୋକୁ ଆପଣ ନିଜ ହିସାବରେ ଗୋଲ କିମ୍ବା ଛୋଟ ଆକାରରେ କାଟି ପାରିବେ। ଏଥିରେ ମଧ୍ୟ ସୁଇଟ୍‌ କର୍ନ ପକାଇପାରିବେ। ସବୁ ପନିପରିବାକୁ ଏକ ପାତ୍ରରେ ପକାଇ ଦିଅନ୍ତୁ। ଏବେ ଏହି ପନିପରିବାକୁ ମିକ୍ସଚରରେ ପକାଇ ଭଲଭାବେ ଗ୍ରାଇଣ୍ଡ କରନ୍ତୁ। ଏଥିରେ ମଲାଇ ସହିତ ଲୁଣ ଏବଂ ଗୋଲମରିଚ ପାଉଡର ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହା ପରେ ବ୍ରେଡ୍‌ ଖଣ୍ଡ ଗୋଟେ ନିଅନ୍ତୁ। ପ୍ରସ୍ତୁତ ହୋଇଥିବା ମିକ୍ସରୁ ଏକ ଚାମଚ ନେଇ ବ୍ରେଡ୍‌ ଖଣ୍ଡ ଉପରେ ପକାଇ ଚାରିଆଡ଼େ ଭଲଭାବେ ଲଗାଇ ଦିଅନ୍ତୁ। ଏବେ ଆପଣ ଚାହିଁଲେ ଏହି ସ୍ୟାଣ୍ଡଉଇଚ୍‌ରୁ ହାଫ୍‌ କାଟି ସସ୍‌ ସହିତ ଖାଇପାରନ୍ତି। ଏହା ବ୍ୟତୀତ ଆପଣ ବ୍ରେଡ୍‌କୁ ହାଲ୍‌କା ସେକି ମଧ୍ୟ ଖାଇପାରିବେ। ଏବେ ଆପଣଙ୍କ ମଲାଇ ସ୍ୟାଣ୍ଡଉଇଚ୍‌ ପ୍ରସ୍ତୁତ।