ଚଣ୍ଡିଗଡ଼,୧୦ ।୩: ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ଧିରେ ଧିରେ ସମ୍ନାକୁ ଆସିବାରେ ଲାଗିଛି । ଏଠାରେ କଂଗ୍ରେସ ଶାସନ ଥିବା ସତ୍ତ୍ୱେ ଏଥର କିନ୍ତୁ ଭାଙ୍ଗିଯାଇଛି କଂଗ୍ରେସର ଗଡ । ପଞ୍ଜାବରେ ଏଥର ବାଜି ମାରି ନେଇଛି ଆମ ଆଦମୀ ପାର୍ଟି(ଏଏପି) । ଏଠାରେ ବହୁ ବଡ ବଡ ନେତା ହାରି ଯାଇଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ବି ୨ଟି ଆସନରୁ ହାରି ଯାଇଛନ୍ତି । ସେହିପରି ନବଜୋତ ସିଂ ସିଦ୍ଧୁ ବି ପରାଜୟ ସ୍ୱିକାର କରି ନେଇଛନ୍ତି । ଅନ୍ୟପଟେ ଫିଲ୍ମ ଅଭିନେତା ତଥା ଗରିବଙ୍କ ଭଗବାନ କୁହାଯାଉଥିବା ସୋନୁ ସୁଦଙ୍କ ଭଉଣୀ ମାଳବିକା ବି ପରାଜୟ ବରଣ କରିଛନ୍ତି । ମୋଗା ଆସନରୁ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଥିବା ବେଳେ ସେ ହାରି ଯାଇଥିବା ସୂଚନା ମିଳିଛି । ଏଥର କିନ୍ତୁ ପଞ୍ଜାବରେ ଏଏପି ସଂଖ୍ୟା ଗରିଷ୍ଠତା ପାଇଁ ସରକାର ଗଠନ କରିବା ଦିଗରେ ଆଗେଇ ଚାଲିଛି ।

Share