ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି ା ଏଥିରେ ଅତ୍ୟନ୍ତ ଆକର୍ଷଣୀୟ ଓ ମନୋରମ ପ୍ଲାଟିନମ ଗହଣାର ପ୍ରଦର୍ଶନ କରାଯାଉଛି। ଏହି ଶୋ’ ସେପ୍ଟେମ୍ବର ୧୧ରୁ ୨୦ ପର୍ଯ୍ୟନ୍ତ ଶହୀଦନଗର ଷ୍ଟୋରରେ ଚାଲିବ।
ପ୍ଲାଟିନମ ସଦାସର୍ବଦା ଆକର୍ଷଣୀୟ ଆଭିଜାତ୍ୟ ପରମ୍ପରାର ଆଭା ବିଚ୍ଛୁରିତ କରିଥାଏ, ଯାହା ଏହାକୁ ପିନ୍ଧୁଥିବା ବ୍ୟକ୍ତିତ୍ୱଙ୍କ ସହ ସହଜରେ ମେଳ ଖାଇଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ା ସବୁଠାରୁ ଦୁର୍ଲଭ ଧାତୁ ପ୍ଲାଟିନମ୍‌ରେ ନିର୍ମିତ ପ୍ରତ୍ୟେକଟି ଗହଣା ସନ୍ତୁଳନ, ସ୍ପଷ୍ଟତା ଏବଂ ନିଶ୍ଚଳ ଆତ୍ମବିଶ୍ୱାସର ପ୍ରତିଫଳନ କରିଥାଏ।
ଏହି ଧାତୁର ପ୍ରାକୃତିକ ଚମକ ହୀରାର ଉଜ୍ଜ୍ୱଳ ଆଭାକୁ ସୁନ୍ଦର ଭାବେ ଫୁଟାଇବାରେ ସାହାଯ୍ୟ କରେ। ଉକ୍ତ ଶୋ’ରେ ଗ୍ରାହକମାନେ ହାତମୁଦି, ବ୍ରେସ୍‌ଲେଟ୍‌, ଚେନ୍‌ ଆଦି ବିଭିନ୍ନ ପ୍ରକାର ପ୍ଲାଟିନମ ଗହଣା ପାଇପାରିବେ।

Dharitri – Odisha’s No.1 Odia Daily

Share